ଭୁବନେଶ୍ୱର,୫/୧୦: ଭୁବନେଶ୍ବର ଏକ ହୋଟେଲରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଓଡିଆ ଫିଲ୍ମ ନିର୍ଦ୍ଦେଶକ ଏସ୍ .କେ ମୁରଲୀଧରନ। ସନ୍ଦେହଜନକ ଅବସ୍ଥାରେ ପୋଲିସ ମୃତଦେହ ଉଦ୍ଧାର କରିଛି ପୋଲିସ।
କେଉଁ ପରିସ୍ଥିତିରେ ଏବଂ କିଭଳି ତାଙ୍କର ମୃତ୍ୟୁ ଘଟିଲା ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସେ ଓଡ଼ିଆ ଓଲିଉଡର ଜଣେ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ,ନୃତ୍ୟ ନିର୍ଦ୍ଦେଶକ(Choreographer)ଏବଂଚିତ୍ର ନାଟ୍ୟ ଲେଖକ ଅଟନ୍ତି। ସେ ଓଡ଼ିଆ ସିନେମା ସହିତ ତାମିଲ, ତେଲୁଗୁ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ଓଲିଉଡରେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ନିର୍ଦ୍ଦେଶକ ଭାବେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ଛାତି ଚିରି ଦେଲେ ତୁ…। ସେହିପରି ତୋ ଆଖିରେ ମୁଁ,କିଏ ଦବ ଟକ୍କର,ନୂଆ ନୂଆ ପ୍ରେମରେ ସେ ନିର୍ଦ୍ଦେଶନା ଦେଇଛନ୍ତି।
ଏସ.କେ ମୁରଲୀଧରନ ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣାଶୁଣା କୋରିଓଗ୍ରାଫର ଓ ନିର୍ଦ୍ଦେଶକ – ‘ପରଦେଶୀ ଚଢ଼େଇ’ରୁ କୋରିଓଗ୍ରାଫର ଭାବେ ଆରମ୍ଭ, ୨୦୦୮ରେ ‘ଛାତି ଚିରି ଦେଲେ ତୁ’ ଫିଲ୍ମରୁ ନିର୍ଦ୍ଦେଶକ, ପରେ ‘ଜଷ୍ଟ ମହବତ’ ଭଳି ଫିଲ୍ମ ନିର୍ଦ୍ଦେଶନା କରିଛନ୍ତି।













Leave a Reply