ଭିଜିଲାନ୍ସ ପଞ୍ଝାରେ ବେତନଟୀ ପୂର୍ତ୍ତ ବିଭାଗ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତି

ଭୁବନେଶ୍ୱର, ୫/୧୦: ମୟୂରଭଞ୍ଜ ବେତନଟୀ ପୂର୍ତ୍ତ ବିଭାଗ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତି ଭିଜିଲାନ୍ସ ପଞ୍ଝାରେ ଛନ୍ଦି ହୋଇଛନ୍ତି | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି | ଏସଡିଓ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ ହୋଇଛି ।

ଆଜି ସକାଳୁ ଏକକାଳୀନ ମୟୂରଭଞ୍ଜ ଓ ବାଲେଶ୍ଵର, ଭୁବନେଶ୍ବର ସମେତ ପ୍ରାୟ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଜୋରଦାର ଚଢ଼ାଉ ଜାରି ରହିଛି। ଏହି ମିଳିତ ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୮ ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ ସଂଖ୍ୟକ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ସାମିଲ ଅଛନ୍ତି। ସୂଚନା ଅନୁଯାୟୀ, ଶ୍ରୀ ମହାନ୍ତିଙ୍କ ମୁଖ୍ୟ ବାସଭବନ ବାଲେଶ୍ଵରର ଅଙ୍ଗାରଗାଡ଼ିଆ ଅଞ୍ଚଳରେ ଥିବା ବେଳେ, ଭୁବନେଶ୍ୱର ସ୍ଥିତ କୋଠା, ପୈତୃକ ଘର ତଥା ବେତନଟୀ କାର୍ଯ୍ୟାଳୟ ସମେତ ବିଭିନ୍ନ ଠିକଣାରେ ଏହି ତଲାସୀ ଅଭିଯାନ ଚାଲୁ ରହିଛି। ସେ ବିଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ବେତନଟୀରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ଜାରି ରହିଛି। ଚଢ଼ାଉ ଶେଷ ହେବା ପରେ ମୋଟ ସମ୍ପତ୍ତିର ଆକଳନ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଜଣାପଡ଼ିଛି।

ଏଥିରେ ୫ ଜଣ ଡିଏସ୍ ପି, ୮ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି । ବାଲେଶ୍ୱର ଅଙ୍ଗାରଗଡ଼ିଆରେ ଥିବା ଅରବିନ୍ଦଙ୍କ ୩ ମହଲା କୋଠା, ଖୋର୍ଦ୍ଧା ବାଲିଅନ୍ତାରେ ଥିବା ୨ ମହଲା କୋଠା, ବେତନଟୀସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ ହୋଇଛି । ସେହିପରି ବାଲେଶ୍ୱର ଜଳେଶ୍ୱର ରାୟାଁ-ରାମଚନ୍ଦ୍ରପୁରସ୍ଥିତ ପୈତୃକ ଘର, ବସନ୍ତପୁରସ୍ଥିତ ଫାର୍ମହାଉସ୍ ଓ ବାମପଦାରେ ଥିବା ଅନ୍ୟ ଏକ ଘରେ ମଧ୍ୟ ତଲାସୀ ଚାଲିଛି । ଏଥିସହ ଅରବିନ୍ଦଙ୍କ ଘନିଷ୍ଠ ସହଯୋଗୀଙ୍କ ଅଙ୍ଗାରଗଡ଼ିଆସ୍ଥିତ ଘର, ଅନ୍ୟ ଜଣେ ସହଯୋଗୀଙ୍କ ବୈଶିଙ୍ଗାସ୍ଥିତ ଘର ଏବଂ ଆଉ ଜଣେ ସହଯୋଗୀଙ୍କ ବାମପଦାସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ତଲାସୀ କରୁଛି।

Leave a Reply

Your email address will not be published. Required fields are marked *