ଆଉ ମାତ୍ର ୧୫ ଦିନର ସମୟ ପରେ ଦଳରେ କୌଣସି ଜାଗା ନାହିଁ: ମମତା ବାନାର୍ଜୀ

ଭୁବନେଶ୍ୱର/ ନୂଆଦିଲ୍ଲୀ, ୫/୧୦: ଦଳ ସହିତ ବିଶ୍ୱାସଘାତକତା କରିଥିବା ବା ଦଳ ବଦଳାଇଥିବା ବାଗୀ ନେତାମାନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଉତ୍ତର ଦିନାଜପୁରରେ ଆୟୋଜିତ ଏକ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମରେ ଫୋନ୍ ମାଧ୍ୟମରେ କର୍ମୀମାନଙ୍କୁ ସମ୍ବୋଧନ କରି ମମତା ବାନାର୍ଜୀ କହିଛନ୍ତି ଯେ, ଯେଉଁ ସାଂସଦ ଏବଂ ବିଧାୟକମାନେ ଦଳ ସହିତ ବିଶ୍ୱାସଘାତକତା କରିଛନ୍ତି, ସେମାନଙ୍କ ପାଇଁ ଆଉ ମାତ୍ର  ଦିନର ସମୟ ରହିଛି । ୧୫ ଦିନ ପରେ ଦଳରେ କୌଣସି ଜାଗା ନାହିଁ । ସମୟସୀମା ସମାପ୍ତ ହୋଇଗଲେ ଦଳରେ ସେମାନଙ୍କ ପାଇଁ ଆଉ କୌଣସି ସ୍ଥାନ ରହିବ ନାହିଁ ବୋଲି ସ୍ପଷ୍ଟ ଶବ୍ଦ ରେ କହିଛନ୍ତି ମମତା ବାନାର୍ଜୀ।

ମମତା କହିଛନ୍ତି ଯେ, ଟିଏମସି କୌଣସି ବଡ଼ ନେତାଙ୍କ ଦ୍ୱାରା ନୁହେଁ, ବରଂ ତୃଣମୂଳ ସ୍ତରର କର୍ମୀମାନଙ୍କ ପରିଶ୍ରମ ଦ୍ୱାରା ମଜଭୁତ ହୋଇଥାଏ। ୧୯୯୮ ମସିହାରେ ସେ ଯେପରି ଏହି ଦଳର ପ୍ରତିଷ୍ଠା କରିଥିଲେ, ସେହିପରି ପୁଣି ଥରେ ଦଳକୁ ସେହି ସ୍ଥିତିକୁ ଆଣିବାର କ୍ଷମତା ରଖନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହାସହ ବିଜେପି ବିରୁଦ୍ଧରେ ଲଢ଼େଇ ପାଇଁ ଟିଏମସିକୁ ଆହୁରି ମଜଭୁତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *