ଭୁବନେଶ୍ୱର, ୫/୧୦: ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଏନେଇ ବିଜେପି ପକ୍ଷରୁ ଆସନ୍ତା ୭ ତାରିଖରେ ସେବା ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ସୂଚନା ଦେଇଛନ୍ତି । ୭ ଅକ୍ଟୋବର ୨୦୦୧ ରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
୨୫ ବର୍ଷର ସୁଶାସନ, ଗରିବ କଲ୍ୟାଣ ଏବଂ ବିକାଶ ଯାତ୍ରାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିବ । ଗୋଟିଏ ଦିନ ମଧ୍ୟ ଛୁଟି ନନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଏବଂ ଦେଶ ସେବାରେ ଲାଗିଛନ୍ତି ।ଦେଶର ୭୫୦ ଜିଲ୍ଲା ଏବଂ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ସାମୂହିକ ବନ୍ଦେ ମାତରମ ଗାନ କରାଯିବ । ସେବା ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ରାଜ୍ୟବାସୀଙ୍କୁ ବିଜେପି ଅପିଲ୍ କରିଛି ।













Leave a Reply