ମସଜିଦରେ ବଡ଼ ବିସ୍ଫୋରଣ, ୧୬ ମୃତ, ୫୦ ଆହତ 

ନୂଆଦିଲ୍ଲୀ, ୧୮/୯: ଆଜି ଜୁମା ନମାଜ ବେଳେ ପାକିସ୍ତାନର ଖାଇବର ପଖତୁନଖୱା ରାଜ୍ୟର କୋହାଟ ସହରରେ ଆତ୍ମଘାତୀ ବିସ୍ଫୋରଣ। ମସଜିଦ ଭିତରେ ଭୟଙ୍କର ବିସ୍ଫୋରଣପାକିସ୍ତାନର ଖୈବର ପଖତୁନଖଓ୍ବା ପ୍ରଦେଶର ପେଶାୱାରରେ ଏକ ମସଜିଦ ଭିତରେ ଘଟିଛି ଏକ ଭୟଙ୍କର ବିସ୍ଫୋରଣଜୁମା ନମାଜ ଚାଲିଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ନେଇ ସୂଚନା ମିଳିଛିମୃତକଙ୍କ ମଧ୍ୟରେଜଣ ପୁଲିସ କର୍ମଚାରୀ ଥିବା ବେଳେ ୧୧ ଜଣ ସାଧାରଣ ନାଗରିକ ଥିବା ସୂଚନା ମିଳିଛି।

 

ସୂଚନା ଅନୁସାରେ, କୋହାଟ ପୁଲିସ ଲାଇନ୍ସ ପରିସରରେ ଥିବା ଏକ ମସଜିଦରେ ଜୁମା ନମାଜ ଚାଲିଥିବା ସମୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ମସଜିଦ ଭିତରେ ଥିବା ଅନେକ ଲୋକ ଆହତ ହୋଇଥିଲେ। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ମସଜିଦ ବାହାରେ ଏକ ବଡ଼ ଗାତ ସୃଷ୍ଟି ହୋଇଥିବା ପୁଲିସ କହିଛି।

ଘଟଣାର ସୂଚନା ପାଇବା ପରେ ରେସ୍କ୍ୟୁ ୧୧୨୨ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ରେସ୍କ୍ୟୁ ୧୧୨୨ର ମୁଖପାତ୍ର ବିଲାଲ ଅହମଦ ଫୈଜିଙ୍କ ଅନୁସାରେ, ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ‘ଜିଓ ନ୍ୟୁଜ୍’ ଅନୁସାରେ, ଜିଲ୍ଲା ହସ୍ପିଟାଲର ଡାକ୍ତର ଏମଏସ୍ ତାହିର ଅଲୀ ଶାହ କହିଛନ୍ତି ଯେ, ବିସ୍ଫୋରଣ ପରେ ୧୫ଟି ମୃତଦେହ ଏବଂ ୫୦ରୁ ଅଧିକ ଆହତଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା।

ବିସ୍ଫୋରଣ ପରେ ପ୍ରାଥମିକ ଭାବେ ବିସ୍ଫୋରକ ଭର୍ତ୍ତି ଏକ କାର୍ ମସଜିଦ ସହ ଧକ୍କା ହେବା ଯୋଗୁଁ ବିସ୍ଫୋରଣ ଘଟିଥିବା ଆଶଙ୍କା କରାଯାଉଥିଲା। କିନ୍ତୁ ପରେ ଆଇଜିଙ୍କ ପକ୍ଷରୁ ଜାରି ବୟାନରେ ଏହା ଏକ ଆତ୍ମଘାତୀ ଆକ୍ରମଣ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *