୨୨ରୁ ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୯/୯: ଉତ୍ତର ଥାଇଲାଣ୍ଡ ଉପରେ ଏକ ଘୂର୍ଣିବଳୟ ସୃଷ୍ଟି ହୋଇଛି | ଯାହା ୧୮ରେ ଉତ୍ତର ଆଣ୍ଡାମାନ ସାଗରକୁ ଆସିବ, ୧୯ରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରି ୨୩ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ପାଖକୁ ଆସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

୨୨ ସେପ୍ଟେମ୍ବରରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ସମେତ ଅନେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ଏଲୋର୍ଣ୍ଣିଙ୍ଗ ଜାରି କରିଥିବା ବେଳେ, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜର୍ଣ୍ଣିଙ୍ଗ ଜାରି କରାଯାଇଛି |

ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ ଏବଂ ଅନ୍ୟ ପାଣିପାଗ ବିଜ୍ଞାନୀ ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେବ ବୋଲି କହୁଥିବା ବେଳେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ଏହା ଉପରେ କିଛି ସ୍ପଷ୍ଟ କରିନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ତୀବ୍ରତା ଏବଂ ଗତିପଥ ଉପରେ ସ୍ପଷ୍ଟତା ଆସିବ ବୋଲି ଆଇଏମ୍‌ଡି କହି ଆସୁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ୨୨ ତାରିଖରୁ ୩ ଦିନ ଧରି ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସଦ୍ୟ ସାଟେଲାଇଟ୍ ଚିତ୍ରରେ ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ବାଦଲ ଅଧିକ ଘନୀଭୂତ ହେଉଥିବା ଦେଖାଯାଉଛି। ୧୯ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇ ଆହୁରି ଘନୀଭୂତ ହୋଇପାରେ। ବିଶ୍ୱ ଓ ଭାରତୀୟ ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଧୀରେଧୀରେ ଶକ୍ତିଶାଳୀ ହୋଇପାରେ। ଅବପାତ ଏବଂ ପରେ ଗଭୀର ଅବପାତ ହେବାର ମଧ୍ୟ ସମ୍ଭାବନା ରହିଛି।

IMD DG କହିଛନ୍ତି ବାତ୍ୟା ନାହିଁ, ଆତଙ୍କିତ ହୁଅନ୍ତୁ ନାହିଁ, କେବଳ ଭାରୀ ବର୍ଷା ହେବ |

Leave a Reply

Your email address will not be published. Required fields are marked *