ଭୁବନେଶ୍ବର, ୧୯/୯: ପ୍ରଶାସନିକ ସେବା ସ୍ତରରେ ହୋଇଛି ବଡ ଅଦଳବଦଳ । ଏକାଧିକ ଆଇଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ ସଚିବ ଓ ଯୁଗ୍ମ ସଚିବମାନଙ୍କୁ ନିଯୁକ୍ତି ଦିଆଯାଇଛି ।
ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ, ସଂଘମିତ୍ରା ଶତପଥୀ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।
ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ହିମାଂଶୁ ଶେଖର ବେହେରା ଏବଂ ଶ୍ରମ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ମଧୁମିତା ନାୟକଙ୍କୁ ନିଯୁକ୍ତ କରାଯାଇଛି । ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ପୂର୍ବପରି IDCOର CGM ଦାୟିତ୍ବ ଦିଆଯାଇଛି।ସେହିପରି ,ପଞ୍ଚାୟତିରାଜ ବିଭାଗରେ ସୂର୍ଯ୍ୟନାରାୟଣ ଦାସ, ସୌଦାମିନୀ ସେଠୀ ଏବଂ ଶୁଭ୍ରା ମହାନ୍ତିଙ୍କୁ ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ଅପରପକ୍ଷରେ, ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ଜ୍ୟୋତିର୍ମୟୀ ପ୍ରଧାନ ଏବଂ ବବିତା ମହାନ୍ତିଙ୍କୁ ଦାୟିତ୍ୱ ମିଳିଛି।













Leave a Reply