ଭେନେଜୁଏଲାରେ ପାଣ୍ଡିଆନ, ବିଜେଡି ଶିବିର ଚଳଚଞ୍ଚଳ

ଭୁବନେଶ୍ବର, ୭/୭ : ପୁଣି ଚର୍ଚ୍ଚାରେ ଭି.କେ ପାଣ୍ଡଆନ । ଏଥର ରାଜନୀତି ପାଇଁ ନୁହେଁ ବରଂ ଟିକେ ଭିନ୍ନ ଭାବେ । ଯାହା ସମସ୍ତଙ୍କ ଚକିତ କରିଛି । ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭି.କେ ପାଣ୍ଡିଆନ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କର ଏକ ଇନଷ୍ଟା ପୋଷ୍ଟ ଏହି ଚର୍ଚ୍ଚାର ଖୋରାକ ଯୋଗାଇଛି । ଯେଉଁଥିରେ ସେ ଭେନେଜୁଏଲାରେ ଥିବା ଜଣାପଡ଼ିଛି । ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଫଳରେ ଏବେ ତାଙ୍କୁ ନେଇ ଖାଲି ଆଞ୍ଚଳିକ ନୁହେଁ ଜାତୀୟସ୍ତରର ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି । ଏହି ସୁଯୋଗକୁ କିନ୍ତୁ ବିଜେଡି ହାତ ଛଡ଼ା କରିବାକୁ ଚାହିଁନି । ବିଜେଡି ଶିବିରର ଆଇଟି ସେଲ୍ ଏହାକୁ ଆୟୁଦ୍ଧ କରି ଚଳଚଞ୍ଚଳ ହୋଇପଡ଼ିଛି । ପୋଷ୍ଟ ପରେ ପୋଷ୍ଟ କରି ଚାଲିଛି ।

ଘଟଣାଟି ହେଉଛି ଭେନେଜୁଏଲାରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି ପୂର୍ବତନ ବିଜେଡି ନେତା ତଥା ପ୍ରଶାସକ ଭି.କେ. ପାଣ୍ଡିଆନ। ଭେନେଜୁଏଲାରେ ଭୂକମ୍ପ ପ୍ରପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟରେ ସେ ସାମିଲ ହୋଇଛନ୍ତି । ଭେନେଜୁଏଲା ସରକାରଙ୍କ ନିମନ୍ତ୍ରଣ ପାଇ ସେଠାରେ ବିପର୍ଯ୍ୟୟ ମୁକାବିଲା , ଉଦ୍ଧାର ଏବଂ ପୁନର୍ବାସ କ୍ଷେତ୍ରରେ ଥିବା ଅଭିଜ୍ଞତା ଓ ସଫଳତା ସମ୍ପର୍କରେ ସେ ଆଲୋଚନା କରି ନିଜର ଅଭିଜ୍ଞତା ବାଣ୍ଟିଛନ୍ତି । ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏହି ସୂଚନା ଦେଇଛନ୍ତି ।

ଏହି ସଙ୍କଟ ସମୟରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବିଭିନ୍ନ ଦଳ ଏବଂ ସ୍ଥାନୀୟ ଲୋକଙ୍କ ସହ ସେ ଆଲୋଚନା କରିଛନ୍ତି। ଏଥି ସହ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମକୁ ପ୍ରଶଂସା କରିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ଭେନେଜୁଏଲାର ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ ସହିତ ସାକ୍ଷାତ କରିଛନ୍ତି । ବୈଠକରେ ଓଡ଼ିଶା ତଥା ଭାରତର ବିପର୍ଯ୍ୟୟ ପରିଚାଳନା, ଉଦ୍ଧାର ଏବଂ ପୁନର୍ବାସ କ୍ଷେତ୍ରରେ ଥିବା ଅଭିଜ୍ଞତା ଓ ସଫଳତା ସମ୍ପର୍କରେ ସେ ଆଲୋଚନା କରିଥିଲେ । ଏହା ସହିତ ଭୂକମ୍ପ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ତତ୍କାଳୀନ ଏବଂ ଦୀର୍ଘକାଳୀନ ଯୋଜନା ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *