ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ୮ ତାରିଖ ବନ୍ଦ ସଫଳ କରିବା ପାଇଁ ଇଣ୍ଡିଆ ମେଣ୍ଟର ବୈଠକ 

ଭୁବନେଶ୍ୱର,୨/୧୦ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ଏମଏମଡିଆର-୨୦୨୬ ଆକ୍ଟକୁ ପ୍ରତ୍ୟାହାର ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ରଙ୍କ ଜେନାଙ୍କ ଅଧ୍ୟକ୍ଷତାରେ ଆସନ୍ତା ୮ ତାରିଖ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ବ୍ଲକରେ ଓଡ଼ିଶା ପଦଯାତ୍ରା ସଫଳ କରିବା ପାଇଁ ଆଜି ଏକ ବୈଠକ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ଜିଲ୍ଲା ସଭାପତି ମନୋରଞ୍ଜନ ଦାସ, ପ୍ରଶାନ୍ତ ଚମ୍ପତ୍ତି, ବିଜୟ ସମର୍ଥା, ମୁକେଶ ପ୍ରଧାନ, ସୂର୍ଯ୍ୟକାନ୍ତ ଜେନା, ମିହିର ଆଚାର୍ଯ୍ୟ, ଟୁୟୁସିସିର ସଭାପତି ଜ୍ୟୋତିରଞ୍ଜନ ମହାପାତ୍ର, ସମାଜବାଦପାର୍ଟି ରମାକାନ୍ତ ହାତି, ଏଆଇଏଫବି ଲକ୍ଷ୍ମି ଦୋରା, ଏଆଇସିସିଟିୟୁର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡା, ସିପିଆ କାମେଶ ଚନ୍ଦ୍ର ପୁହାଣ, ସିପିଆଇ ସୁରେନ୍ଦ୍ର ବେହେରା, ସମାଜବାଦପାର୍ଟିର ହୁଲାସ ବାରିକ, ସିପିଆଇଏମ୍ ପ୍ରଦିପ୍ତ ନାୟକ, ସମାଜବାଦିପାର୍ଟି ବିଜୟ ବେହେରା, ସିପିଆଇ ଶଙ୍କରର୍ଷଣ ବାରିକ, ହରିଶଙ୍କର ସାହୁ, ଦେବାଶିଷ ମିଶ୍ର ପ୍ରମୁଖ ଉକ୍ତ ବୈଠକରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *