ଏସିଆନ ଗେମ୍ସ ୨୦୨୬: ସ୍ୱର୍ଣ୍ଣ ଆଣିଲେ ପରଭୀନ ହୁଡ୍ଡା, ଅଙ୍କୁଶ ପାଂଘାଲ ଓ ସୁଜିତ କଲକାଲ

ଭୁବନେଶ୍ୱର/ ନୂଆଦିଲ୍ଲୀ, ୨/୧୦: ଏସିଆନ ଗେମ୍ସରେ ଭାରତ ପାଇଁ ଆଜି ସୁନାର ଦିନ । ଜାପାନରେ ଚାଲିଥିବା ଏସିଆନ ଗେମ୍ସରେ ୩୦ ମିନିଟରେ ୩ ସ୍ୱର୍ଣ୍ଣ ହାସଲ କରିଛି ବକ୍ସିଂରୁ ଓ କୁସ୍ତିରୁ। ଅଙ୍କୁଶ ପଂଘାଲ ଓ ପରବୀନ ବକ୍ସିଂରୁ ସ୍ୱର୍ଣ୍ଣ ଜିତିଥିବା ବେଳେ କୁସ୍ତିରେ ସ୍ୱର୍ଣ୍ଣ ଜିତିଛନ୍ତି ସୁଜିତ କାଲକାଲ। ଏହାକୁ ମିଶାଇ ଏସିଆନ ଗେମ୍ସରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି।

ଆଜି ପୁଣି ମହିଳା ହକି ଦଳ ଚୀନ ସହ ସ୍ୱର୍ଣ୍ଣ ପଦକ ପାଇଁ ମୁକାବିଲା କରିପାରେ। ଯଦି ହକିରେ ବି ଭାରତ ସ୍ୱର୍ଣ୍ଣ ହାତେଇଲା ତେବେ ଶୁକ୍ରବାର ୬ଟି ସ୍ୱର୍ଣ୍ଣ ହାସଲ କରିବ ଭାରତ।ଏସିଆନ ଗେମ୍ସରେ ଭାରତର ମୋଟ ପଦକ ସଂଖ୍ୟା ୭୫ରେ ପହଞ୍ଚିଛି। ଯେଉଁଥିରେ ୧୫ ସ୍ୱର୍ଣ୍ଣ, ୨୫ ରୌପ୍ୟ ଏବଂ ୩୫ କାଂସ୍ୟ ପଦକ ରହିଛି। ଭାରତ ଆଜି ପାଞ୍ଚ ସ୍ୱର୍ଣ୍ଣ ସମେତ ୯ ପଦକ ଜିତିଛି।

ତୀରନ୍ଦାଜ ରିକର୍ଭ ଇଭେଣ୍ଟର ଫାଇନାଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ଏହି ଇଭେଣ୍ଟର ଫାଇନାଲରେ ପହଞ୍ଚିଥିଲେ ଏବଂ ତା’ ସହିତ ସ୍ୱର୍ଣ୍ଣପଦକ ମଧ୍ୟ ଜିତିଛନ୍ତି ।କୁମକୁମ୍ ମୋହୋଦ, କୀର୍ତ୍ତୀ ଏବଂ ଅଙ୍କିତା ଭକତଙ୍କ ତ୍ରିକୋଣୀୟ ଟିମ୍ ଦକ୍ଷିଣ କୋରିଆକୁ ଚକିତ କରି ଏହି ଇତିହାସ ସୃଷ୍ଟି କରିଛନ୍ତି । ଦକ୍ଷିଣ କୋରିଆ ଯିଏକି ଏହି ପ୍ରତିଯୋଗିତାରେ ସର୍ବଦା ସ୍ୱର୍ଣ୍ଣ ପଦକ ଜିତି ଆସିଛନ୍ତି ।

ପରଭୀନ ହୁଡ୍ଡା- ମହିଳା ୬୫ କେଜି ବକ୍ସିଂ ଫାଇନାଲରେ ଚାଇନିଜ ତାଇପେର Chen Nien-chin ଙ୍କୁ ୩-୨ split decision ରେ ହରାଇ ସ୍ୱର୍ଣ୍ଣ। ମେରୀ କମ୍ ଏବଂ ଲଭଲିନା ପରେ ତୃତୀୟ ଭାରତୀୟ ମହିଳା ଯିଏ ଏସିଆନ ଗେମ୍ସ ବକ୍ସିଂ ସ୍ୱର୍ଣ୍ଣ ଜିତିଲେ।

ଅଙ୍କୁଶ ପାଂଘାଲ- ପୁରୁଷ ୮୦ କେଜି ବକ୍ସିଂ ଫାଇନାଲରେ ଦକ୍ଷିଣ କୋରିଆର Kim Minseong ଙ୍କୁ ୪-୦ ରେ ହରାଇ ସ୍ୱର୍ଣ୍ଣ। ୨୦୧୮ରେ ଅମିତ ପାଂଘାଲ ପରେ ପ୍ରଥମ ଭାରତୀୟ ପୁରୁଷ ବକ୍ସର ଯିଏ ଏସିଆଡ୍ ସ୍ୱର୍ଣ୍ଣ ଜିତିଲେ।

ସୁଜିତ କଲକାଲ – ପୁରୁଷ ଫ୍ରି-ଷ୍ଟାଇଲ ୬୫ କେଜି କୁସ୍ତିରେ ତାଜିକିସ୍ତାନର Abdulmazhid Kudiev ଙ୍କୁ ୧୦-୯ ରେ ହରାଇ ସ୍ୱର୍ଣ୍ଣ, ଶେଷ ୧୧ ସେକେଣ୍ଡରେ ଦମଦାର comeback।

Leave a Reply

Your email address will not be published. Required fields are marked *