ଭୁବନେଶ୍ୱର, ୨୮/୯:ବଲାଙ୍ଗିର ଖପ୍ରାଖୋଲ ଘୁଚାପାଲିର ୨୨ ବର୍ଷୀୟ ସମ୍ବଲପୁରୀ ଆଲବମ ଅଭିନେତ୍ରୀ ତଥା କୀର୍ତନ ଗାୟିକା ଜସ୍ମିନ ମାଝୀଙ୍କ ମୃତ୍ୟୁ। ହସ୍ପିଟାଲରେ ଆଖି ବୁଜିଲେ ଓଡ଼ିଆ ଆଲବମ ଅଭିନେତ୍ରୀ ଜସ୍ମିନ ମାଝୀ । ବିଷ ପିଇ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ (VIMSAR)ରେ ଚିକିତ୍ସାଧୀନ ଅବସ୍ଥାରେ ଜସ୍ମିନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ସେପ୍ଟେମ୍ବର ୨୫ରେ ଟାଇଲ ସଫା କେମିକାଲ/ବିଷ ପିଇଥିଲେ, ବୁର୍ଲା VIMSARରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ମୃତ୍ୟୁ ଘଟିଛି।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଘୁଚାପାଲି ଗାଁର ୨୨ ବର୍ଷୀୟା ଜସ୍ମିନ ସେପ୍ଟେମ୍ବରରେ ବିଷ ପିଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା VIMSARରେ ଭର୍ତ୍ତି କରାଯାଇଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ।
ଜସ୍ମିନ ଜଣେ ଲୋକପ୍ରିୟ କୀର୍ତ୍ତନ ଗାୟିକା ମଧ୍ୟ ଥିଲେ। ସେ ଅନେକ ସମ୍ବଲପୁରୀ ମ୍ୟୁଜିକ୍ ଆଲବମରେ ଅଭିନୟ କରିଥିଲେ। ଅଭିନୟ ଓ କୀର୍ତ୍ତନ ଗୀତ ପାଇଁ ଅଞ୍ଚଳରେ ତାଙ୍କର ପରିଚୟ ଥିଲା।
ଅନ୍ୟପଟେ, ଖପ୍ରାଖୋଲ ଥାନା ଅନ୍ତର୍ଗତ ତାମ୍ବିପଦର ଗାଁର ୨୫ ବର୍ଷୀୟ ଯୁବ ନୃତ୍ୟଶିଳ୍ପୀ ଓ କଳାକାର ପ୍ରେମ ମେହେରଙ୍କ ମଧ୍ୟ ତିନି ଦିନ ପୂର୍ବରୁ ହୃଦଘାତରେ ମୃତ୍ୟୁ ହୋଇଥିଲା। ସାଧୁ ମେହେର ଓ ଅହଲ୍ୟା ମେହେରଙ୍କ ଏକମାତ୍ର ପୁଅ ପ୍ରେମ ନୃତ୍ୟ ଓ ଅଭିନୟ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେ ଅନେକ ସମ୍ବଲପୁରୀ ଆଲବମରେ ଅଭିନୟ କରି ପଶ୍ଚିମ ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଥିଲେ।ଏହି ଦୁଇ ଯୁବ କଳାକାରଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ବିଭିନ୍ନ ଆଲୋଚନା ଓ ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ମଧ୍ୟ କିଛି ଚର୍ଚ୍ଚା ହେଉଛି।













Leave a Reply