ଦିଲ୍ଲୀରେ ନୁହେଁ, ମୁମ୍ବାଇରେ ହେବ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ CJPର ଆନ୍ଦୋଳନ

ଭୁବନେଶ୍ଵର/ ନୂଆଦିଲ୍ଲୀ, ୨୮/୯: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଜୋର ଧରିଲା। ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବ CJP । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ ଡାକରା ଦେଇଛି CJP ।

କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ଏନେଇ ଘୋଷଣା କରିଥିବା ବେଳେ, ଦିଲ୍ଲୀରେ ନୁହେଁ, ମୁମ୍ବାଇରେ ଆନ୍ଦୋଳନ କରିବ। ଅଭିଜିତ ଦୀପ୍‌କେ ସୋସିଆଲ ମିଡିଆରେ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି।

ଅଭିଜିତ ଦୀପ୍‌କେ ଲେଖିଛନ୍ତି, ‘ମୁମ୍ବାଇରେ ଜେଲ ଭରୋ ଆନ୍ଦୋଳନ। ଅକ୍ଟୋବର ୨, ଶିବାଜୀ ପାର୍କ।’ ଏହାପରେ ଦୀପ୍‌କେ ଆଉ ଏକ ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ଲେଖାଥିଲା ‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ।’

ଖବରଦାତା ସମ୍ମିଳନୀରେ କକ୍ରୋଚ୍ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ ଡିପକେଙ୍କ ୪୮ ଘଣ୍ଟା ଅଲ୍ଟିମେଟମ ସେପ୍ଟେମ୍ବର ୨୭ରେ ଶେଷ, CEC ଇସ୍ତଫା ଦେଲେ ନାହିଁ। ଦୀପକେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଅଭିଯୋଗ ଆଣିଥିଲେ। ତାଙ୍କ କହିବା ଅନୁସାରେ, ଜ୍ଞାନେଶ କୁମାର ଦେଶର ଗଣତନ୍ତ୍ର ପାଇଁ ବଡ଼ ବିପଦ। ସେ କହିଥିଲେ, ମୁଖ୍ୟ ନିର୍ବାଚନ କମିଶନର ହେବା ପରେ ସରକାର  ନିଷ୍ପତ୍ତି ନେଉଛି କିଏ ଭୋଟ ଦେବାକୁ ଅନୁମତି ପାଇବେ ଏବଂ କିଏ ପାଇବେ ନାହିଁ। ଏଭଳି ବ୍ୟବସ୍ଥାକୁ କ’ଣ ଗଣତନ୍ତ୍ର କୁହାଯାଇପାରିବ? ମୁମ୍ବାଇ ପୋଲିସ ଗତ ରବିବାର CJPକୁ ଅକ୍ଟୋବର ୨ରେ ଶିବାଜୀ ପାର୍କରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦେବାକୁ ମନା କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ, ନଗର ନିଗମର ଅନୁମତି ନଥିବା ଏବଂ ଟ୍ରାଫିକରେ ବାଧା ସୃଷ୍ଟି ହେବାର ଆଶଙ୍କା ଦର୍ଶାଇ ପୋଲିସ ଆନ୍ଦୋଳନକୁ ଅନୁମତି ଦେଇନାହିଁ।

Leave a Reply

Your email address will not be published. Required fields are marked *