ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା , ଏକାସଙ୍ଗେ ମିଳିବ ୩ମାସର ଭତ୍ତା ଟଙ୍କା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨/୬ : ରାଜ୍ୟରେ ମୋହନ ସରକାରକୁ ପୂରିଲା ୨ ବର୍ଷ । ଏଥିପାଇଁ ଲୋକସେବା ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ବଡ଼ ଘୋଷଣା କରିଛନ୍ତି । ଭତ୍ତା ସମସ୍ୟା ତଥା ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାର ସମାଧାନ କରାଯିବ। ଏକାସଙ୍ଗେ ୩ମାସର ଭତ୍ତା ପ୍ରଦାନ କରାଯିବ।

ଏହି ସମସ୍ୟା ରାଜ୍ୟର ନୁହେଁ କେନ୍ଦ୍ରର । ବୈଷୟିକ ତ୍ରୁଟି ଯୋଗୁଁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଛି । ୧୦ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ଲକ୍ଷ ଲୋକଙ୍କ ତ୍ରୁଟି ସୁଧୁରିଛି । ୨ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ଦେବା ଆରମ୍ଭ ହୋଇଯାଇଛି । ଯେଉଁମାନଙ୍କୁ ମିଳିନି ସେମାନଙ୍କୁ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋଟିଏ ମାସରେ ନ ହେଲେ ବି ୩ ମାସର ଭତ୍ତା ଏକାସଙ୍ଗେ ମିଳିଯିବ।

Leave a Reply

Your email address will not be published. Required fields are marked *