ମାଗଣା ବସ୍‌ରେ ଯାତ୍ରା କରିବେ ନିଟ୍‌ ପରୀକ୍ଷାର୍ଥୀ

ଭୁବନେଶ୍ଵର,୧୧/୬ : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ମାଗଣା ବସ୍‌ରେ ଯାତ୍ରା କରିବେ ନିଟ୍ ୟୁଜି ପରୀକ୍ଷାର୍ଥୀ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରିଛି। ଆଡମିଟ୍‌ କାର୍ଡ ଦେଖାଇ ପରୀକ୍ଷାର୍ଥୀ ଓଏସଆରଟିସି ବସ୍ ବସ୍‌ରେ ମାଗଣାରେ ଯାଇପାରିବେ ।

ପରୀକ୍ଷା କେନ୍ଦ୍ରରେ ସହଜରେ ପହଞ୍ଚିବା ପାଇଁ ମାଗଣା ବସ୍‌ ସେବା । ଆସନ୍ତା ୨୧ ତାରିଖରେ ନିଟ ୟୁଜି ପୁନଃପରୀକ୍ଷା ହେବ । ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ୫୬,୯୮୩ ଜଣ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

Leave a Reply

Your email address will not be published. Required fields are marked *