“ଜୀ ସାର୍ଥକ ସଂସାର ଉତ୍ସବ” ୧୧ ଜୁଲାଇରୁ ପ୍ରତି ଶନିବାର ଓ ରବିବାର ସନ୍ଧ୍ୟା ୯:୩୦ରେ

ଭୁବନେଶ୍ବର,୭/୭ : ଓଡ଼ିଆ କଳା, ସଂସ୍କୃତି, ପରମ୍ପରା ଏବଂ ପାରିବାରିକ ମୂଲ୍ୟବୋଧକୁ ନେଇ ସବୁବେଳେ ଦର୍ଶକଙ୍କ ହୃଦୟ ଜିଣି ଆସିଛି ଜୀ ସାର୍ଥକ। ନିଜର ହିଟ୍ ମେଗା-ଧାରାବାହିକ ଓ ରିଆଲିଟି ଶୋ’ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଏହି ଚ୍ୟାନେଲ ଏବେ ନେଇ ଆସୁଛି ଏକ ସମ୍ପୂର୍ଣ୍ଣ ନୂଆ ତଥା ନିଆରା ରିଆଲିଟି ଶୋ’ “ଜୀ ସାର୍ଥକ ସଂସାର ଉତ୍ସବ”। ପ୍ରଥମ ଥର ପାଇଁ ଓଡ଼ିଶା ଟେଲିଭିଜନ ଇତିହାସରେ ଏମିତି ଏକ ଶୋ’ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ଜୀ ସାର୍ଥକର ୪ଟି ଲୋକପ୍ରିୟ ମେଗା ଧାରାବାହିକର କଳାକାରମାନଙ୍କୁ ନେଇ ଗୋଟିଏ ଗୋଟିଏ ସଂସାର ଗଠନ କରାଯିବ। ବିଭିନ୍ନ ମଜାଦାର ଖେଳ ଓ ପ୍ରତିଯୋଗିତା ମାଧ୍ୟମରେ ସେମାନଙ୍କ ମଧ୍ୟରୁ ବଛାଯିବ ୧ ନମ୍ବର ସଂସାର, ଯିଏ ଆସନ୍ତା ଜୀ ସାର୍ଥକ ସଂସାର ଆୱାର୍ଡର ମେଗା ବିଜେତା ହେବେ । ଏଥିରେ ଅଂଶଗ୍ରହଣ କରୁଥିବା ୪ଟି ଲୋକପ୍ରିୟ ଧାରାବାହିକର ସଂସାର ହେଲା, ‘ସାଥି ସାତ ଜନ୍ମର’, ‘ସୁନାଝିଅ’, ‘କିଛି ସତ କିଛି ମିଛ’ ଓ ‘ତୁ ଖରା ମୁଁ ଛାଇ’ ।

ଏହି ନୂଆ ସ୍ୱାଦର ଶୋ’ରେ ବିଚାରକ ଭାବେ ନଜର ଆସିବେ ଓଲିଉଡର ଲୋକପ୍ରିୟ ଅଭିନେତା ଶ୍ରୀତମ ଦାସ ଓ ଅଭିନେତ୍ରୀ ଅନିଷା ମହାକୁଡ଼। ସେହିପରି ଉପସ୍ଥାପନା ଦାୟିତ୍ୱ ତୁଲାଇବେ ସୁଜିତ କୁମାର ଏବଂ ଜ୍ୟୋତିରଞ୍ଜନ। କେବଳ ଏତିକି ନୁହେଁ, ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରିବା ପାଇଁ ପ୍ରତି ଏପିସୋଡ୍‌ରେ କମେଡିର ତଡ଼କା ଲଗାଇବେ ଓଡିଆ ଫିଲ୍ମର ଲୋକପ୍ରିୟ ହାସ୍ୟ ଅଭିନେତା ଭକ୍ତି ଓ ସୋସିଆଲ୍ ମିଡିଆ ଷ୍ଟାର୍ କ୍ରୀଷ୍ଣା ।

ଏହି ଅବସରରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ ଦର୍ଶକମାନଙ୍କୁ ଉତ୍ସାହିତ କରି କହିଛନ୍ତି ଯେ, “ଏହା ଓଡ଼ିଶା ଟିଭି ଇତିହାସରେ ଏକ ନୂତନ ପ୍ରୟାସ। ନାଚ, ଗୀତ, କମେଡି ଏବଂ ସେଲିବ୍ରିଟିଙ୍କୁ ନେଇ ଏହା ଏକ ସମ୍ପୂର୍ଣ୍ଣ ମନୋରଞ୍ଜନ ପ୍ୟାକେଜ୍ ହେବ।” ସେ ସମସ୍ତ ଦର୍ଶକଙ୍କୁ ସପରିବାର ଏହି ଶୋ’ ଦେଖିବାକୁ ଅନୁରୋଧ କରିବା ସହ ଅନ୍ୟ ସବୁ ରିଆଲିଟି ଶୋ’ ପରି ଏହା ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଆସନ୍ତା ଜୁଲାଇ ୧୧ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯:୩୦ମିନିଟ୍‌ରେ କେବଳ ଜୀ ସାର୍ଥକରେ ପ୍ରସାରିତ ହେବ ଏହି ନିଆରା ରିଆଲିଟି ଶୋ’ “ଜୀ ସାର୍ଥକ ସଂସାର ଉତ୍ସବ”। ଦେଖିବାକୁ ଆଦୌ ଭୁଲିବେ ନାହିଁ!

Leave a Reply

Your email address will not be published. Required fields are marked *