ବର୍ଷରେ ସର୍ବାଧିକ ଛକା ମାରି ବିଶ୍ୱ ରେକର୍ଡ କଲେ ଭାରତୀୟ ଓପନର୍‌ ଅଭିଷେକ ଶର୍ମା

ଭୁବନେଶ୍ୱର/ବ୍ୟୁରୋରିପୋର୍ଟ, ୧୫/୧୦: ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ ନାଁରେ ନୂଆ ବିଶ୍ୱ ରେକର୍ଡ। କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ T20I ଛକା ମାରି ସୂର୍ଯ୍ୟକୁମାର ଯାଦବଙ୍କୁ ପଛରେ ପକାଇଲେ।ବୁଧବାର ହାଇଦ୍ରାବାଦରେ ୱେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ T20Iରେ ୯ମ ଓଭରରେ ଶମର ସ୍ପ୍ରିଙ୍ଗରଙ୍କୁ ଛକା ମାରି ୬୯ତମ ଛକା ପୂରଣ କଲେ। ସୂର୍ଯ୍ୟକୁମାର ୨୦୨୨ରେ ୬୮ ଛକା ମାରିଥିଲେ।

ଚତୁର୍ଥ ଟି-୨୦ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅଭିଷେକ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ୬୮ଟି ଲେଖାଏ ଛକା ସହ ସମାନ ସ୍ଥାନରେ ଥିଲେ। ଅଭିଷେକ ୨୦୨୬ରେ ଏପର୍ଯ୍ୟନ୍ତ ୬୮ଟି ଛକା ମାରିଥିବା ବେଳେ ସୂର୍ଯ୍ୟକୁମାର ୨୦୨୨ରେ ଏହି ସଂଖ୍ୟା ହାସଲ କରିଥିଲେ। କିନ୍ତୁ ହାଇଦ୍ରାବାଦରେ ଗୋଟିଏ ଛକା ମାରିବା ମାତ୍ରେ ଭାରତୀୟ ଓପନର୍‌ ଏହି ତାଲିକାର ଶୀର୍ଷକୁ ଉଠିଥିଲେ। ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶର ବ୍ୟାଟର୍‌ ଗୋଟିଏ ବର୍ଷରେ ୫୦ କିମ୍ବା ତା’ଠାରୁ ଅଧିକ ଛକା ମାରିପାରିନାହାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ବର୍ଷ ମଧ୍ୟରେ ସର୍ବାଧିକ ଛକା ମାରିବାର ରେକର୍ଡ ଏବେ ଅଭିଷେକ ଶର୍ମାଙ୍କ ନାମରେ ରହିଛି। ୨୦୨୬ରେ ସେ ଏପର୍ଯ୍ୟନ୍ତ ୬୯ଟି ଛକା ମାରିସାରିଛନ୍ତି। ବର୍ଷ ଶେଷ ହେବାକୁ ଆହୁରି ସମୟ ଥିବାରୁ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ।

୬୮ଟି ଛକା ସହ ସୂର୍ଯ୍ୟକୁମାର ଯାଦବ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗତ ବର୍ଷ ମଧ୍ୟ ଅଭିଷେକ ଶର୍ମା ନିଜ ବ୍ୟାଟରେ ୫୪ ଥର ବଲକୁ ସୀମାରେଖା ବାହାରକୁ ପଠାଇଥିଲେ।

ଏହି ତାଲିକାର ଚତୁର୍ଥ ସ୍ଥାନରେ ମଧ୍ୟ ଜଣେ ଭାରତୀୟ ବ୍ୟାଟର୍‌ ରହିଛନ୍ତି। ଇଶାନ କିଶନ ଚଳିତ ବର୍ଷ ଏପର୍ଯ୍ୟନ୍ତ ୫୨ଟି ଛକା ମାରିସାରିଛନ୍ତି। ଅନ୍ୟପକ୍ଷରେ, ପାକିସ୍ତାନୀ ବ୍ୟାଟର୍‌ ସାହିବଜାଦା ଫରହାନ ଏହି ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି। ସେ ଗତ ବର୍ଷ ମୋଟ ୪୫ଟି ଛକା ମାରିଥିଲେ।

ଏକ ବର୍ଷରେ ସର୍ବାଧିକ ଛକା :
୬୯* – ଅଭିଷେକ ଶର୍ମା (୨୦୨୬)
୬୮ – ସୂର୍ଯ୍ୟକୁମାର (୨୦୨୨)
୫୪ – ଅଭିଷେକ (୨୦୨୫)
୫୨ – ଈଶାନ କିଷାନ (୨୦୨୬)

Leave a Reply

Your email address will not be published. Required fields are marked *