ଆଜି ମା’ ସ୍କନ୍ଦମାତାଙ୍କ ପୂଜା

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୫/୧୦: ମା’ ଦୁର୍ଗା ହେଉଛନ୍ତି ସମସ୍ତ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ । ମା’ ଦୁର୍ଗା ହେଉଛନ୍ତି ମୋକ୍ଷଦାତ୍ରୀ, ମଙ୍ଗଳମୟୀ । ମା’ ଦୁର୍ଗାଙ୍କୁ ଉପାସନା କଲେ ମଣିଷ ଧର୍ମ – ଅର୍ଥ – କାମ – ମୋକ୍ଷ ଚତୁର୍ବର୍ଗର ଫଳପ୍ରାପ୍ତି କରିଥାଏ । ଦୁର୍ଗାସାଧନାର ପ୍ରାପ୍ତିଫଳ ଅସୀମ ଏବଂ ଅନନ୍ତ ।

ଆଦିଶକ୍ତି ଦେବୀ ଦୁର୍ଗାଙ୍କ ନବରାତ୍ର ପ୍ରତିବର୍ଷ ଆଶ୍ୱିନ ମାସର ଶୁକ୍ଲ ପକ୍ଷରୁ ଆରମ୍ଭ ହୋଇଥାଏ । ନବରାତ୍ରରେ ମା’ଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ପୌରାଣିକ କଥା ଅନୁଯାୟୀ ମାଙ୍କ ଜନ୍ମ ଦୈତ୍ୟମାନଙ୍କ ବିନାଶ ପାଇଁ ହୋଇଥିଲା। ଉଲ୍ଲେଖ ରହିଛି ନବରାତ୍ରୀରେ ମା ନଅ ଦିନ ପର୍ଯ୍ୟନ୍ତ ଧରାପୃଷ୍ଠକୁ ଆସି ଭକ୍ତମାନଙ୍କ ସହ ରହିଥାନ୍ତି। ଏହିକାରଣରୁ ମାଙ୍କୁ ଖୁସି କରାଇବା ପାଇଁ ଭକ୍ତ ବିଧି ପୂର୍ବକ ପୂଜା, ଆଳତୀ କରିଥାନ୍ତି।

କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ମା ଦୁର୍ଗା କେଉଁ ଦିନ କେଉଁ ରୂପରେ ପୂଜା ପାଆନ୍ତି, ତାଙ୍କୁ ପୂଜା କରିବାର ବିଧି, କେଉଁ ନାମରେ ମା ଙ୍କ ପୂଜା କରାଯାଏ ….

୧ – ପ୍ରତିପଦା (ଅକ୍ଟୋ ୧୨): ମା ଶୈଳପୁତ୍ରୀ – ହିମାଳୟ କନ୍ୟା, ସ୍ଥିରତା ଓ ଶକ୍ତିଦିନ
୨ – ଦ୍ୱିତୀୟା (ଅକ୍ଟୋ ୧୩): ମା ବ୍ରହ୍ମଚାରିଣୀ – ତପସ୍ୟା, ଧୈର୍ଯ୍ୟର ଦେବୀଦିନ
୩ – ତୃତୀୟା (ଅକ୍ଟୋ ୧୪): ମା ଚନ୍ଦ୍ରଘଣ୍ଟା – ଶାନ୍ତି ଓ ସାହସ, ମୁଣ୍ଡରେ ଅର୍ଦ୍ଧଚନ୍ଦ୍ର
୪ – ଚତୁର୍ଥୀ (ଅକ୍ଟୋ ୧୫): ମା କୁଷ୍ମାଣ୍ଡା – ସୃଷ୍ଟିର ଆଦି ଶକ୍ତି
୫ – ପଞ୍ଚମୀ (ଅକ୍ଟୋ ୧୬): ମା ସ୍କନ୍ଦମାତା – କାର୍ତ୍ତିକେୟଙ୍କ ମାତା, ବାତ୍ସଲ୍ୟର ରୂପ – ଏହି ଦିନ ଷଷ୍ଠୀ ପୂଜା
୬ – ଷଷ୍ଠୀ (ଅକ୍ଟୋ ୧୭): ମା କାତ୍ୟାୟନୀ – ଯୁଦ୍ଧ ଦେବୀ, ଅସୁର ବିନାଶିନୀ – ସପ୍ତମୀ
୭ – ସପ୍ତମୀ (ଅକ୍ଟୋ ୧୯): ମା କାଳରାତ୍ରୀ – ଅନ୍ଧକାର ନାଶିନୀ, ଭୟଙ୍କର ରୂପ – ଅଷ୍ଟମୀ, କୁମାରୀ ପୂଜା
୮ – ଅଷ୍ଟମୀ (ଅକ୍ଟୋ ୨୦ ସକାଳ): ମା ମହାଗୌରୀ – ପବିତ୍ରତା, ଶାନ୍ତି – ନବମୀ ହୋମ
୯ – ନବମୀ (ଅକ୍ଟୋ ୨୦ ଅପରାହ୍ନ): ମା ସିଦ୍ଧିଦାତ୍ରୀ – ସବୁ ସିଦ୍ଧି ଦେଉଥିବା, ଶେଷ ରୂପ
୧୦ମ ଦିନ ଦଶମୀ (ଅକ୍ଟୋ ୨୧): ବିଜୟା ଦୁର୍ଗା – ଅସୁର ଉପରେ ବିଜୟ ଉତ୍ସବ।

ନବରାତ୍ରିର ପଞ୍ଚମ ଦିନରେ ମାଆ ଦୁର୍ଗାଙ୍କର ପଞ୍ଚମ ରୂପ ମା’ ସ୍କନ୍ଦମାତାଙ୍କୁ ପୂଜା କରାଯାଇଥାଏ

ମା’ ସ୍କନ୍ଦମାତାଙ୍କ ସମ୍ପର୍କରେ କିଛି ତଥ୍ୟ:
* ପଞ୍ଚମ ରୂପ: ମାଆ ଦୁର୍ଗାଙ୍କର ନବଦୁର୍ଗା ରୂପ ମଧ୍ୟରୁ ସ୍କନ୍ଦମାତା ହେଉଛନ୍ତି ପଞ୍ଚମ ଦେବୀ।
* ନାମର ଅର୍ଥ: ‘ସ୍କନ୍ଦ’ ହେଉଛନ୍ତି କାର୍ତ୍ତିକେୟ ବା ସୁବ୍ରହ୍ମଣ୍ୟଙ୍କର ଅନ୍ୟ ଏକ ନାମ। କାର୍ତ୍ତିକେୟ ବା ସ୍କନ୍ଦଙ୍କର ମାଆ ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ।
* ରୂପ ଓ ବାହନ: ମାଆ ସିଂହାସନଗତା ବା ସିଂହବାହିନୀ ଅଟନ୍ତି। ତାଙ୍କର ଚତୁର୍ଭୁଜା (ଚାରି ହାତ) ରୂପ ରହିଛି।
* ପୂଜା ଫଳ: ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଭକ୍ତମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହ ଆରୋଗ୍ୟ, ସୁଖ ଓ ଶାନ୍ତି ପ୍ରାପ୍ତି ହୋଇଥାଏ।

ପୂଜା ମନ୍ତ୍ର: ସିଂହାସନଗତା ନିତ୍ୟଂ ପଦ୍ମାଶ୍ରିତକରଦ୍ଵୟା। ଶୁଭଦାସ୍ତୁ ସଦା ଦେବୀ ସ୍କନ୍ଦମାତା ଯଶସ୍ଵିନୀ।।

ବିଶ୍ୱାସ

ନବରାତ୍ରିରେ ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ମା’ଙ୍କ ପୂଜା ଦ୍ୱାରା ଜ୍ଞାତ ଓ ଅଜ୍ଞାତ ଶତ୍ରୁ ଭୟ ଦୂର ହୋଇଥାଏ । ଏହାସହ ଜୀବନରେ ଆସୁଥିବା ସଙ୍କଟ ମଧ୍ୟ ମା’ ଦୂର କରିଥାନ୍ତି । ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଜ୍ଞାନ ବୃଦ୍ଧି ଘଟିଥାଏ । ବିଧି ପୂର୍ବକ ମା’ଙ୍କୁ ପୂଜା କଲେ ତ୍ୱଚା ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ମା’ ସ୍କନ୍ଦମାତାଙ୍କ ପୂଜା ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ପୂଜା ବିଧି :

ନବରାତ୍ରି ପଞ୍ଚମୀ ତିଥିରେ ପ୍ରାତଃ କଲା ସ୍ନାନ ସାରି ସ୍ଵଛ ବସ୍ତ୍ର ଧାରଣ କରନ୍ତୁ। ଏହାପରେ ପୂଜା ଆରମ୍ଭ କରନ୍ତୁ। ମା’ଙ୍କ ପ୍ରତିମାକୁ ଗଙ୍ଗାଜଳରେ ଶୁଦ୍ଧ କରନ୍ତୁ। ମିଠା ଓ ୫ ପ୍ରକାର ଫଳ ଭୋଗ ଲଗାନ୍ତୁ। କଳସରେ ଜଳ ଭର୍ତ୍ତି କରି ସେଥିରେ କିଛି ମୁଦ୍ରା ରଖନ୍ତୁ। ଏହାପରେ ପୂଜା ସଂକଳ୍ପ ନିଅନ୍ତୁ। ମାତାଙ୍କୁ ଚନ୍ଦନ, ସିନ୍ଦୁର ଓ ଫୁଲ ଅର୍ପଣ କରନ୍ତୁ। ଏହାପରେ ମା’ଙ୍କ ଆଳତୀ କରନ୍ତୁ ଓ ମା’ଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ।

ସ୍କନ୍ଦମାତାଙ୍କ ମନ୍ତ୍ର :

ୟା ଦେବୀ ସର୍ବଭୂତେଷୁ ମା’ ସ୍କନ୍ଦମାତା ରୁପେଣ ସଂସ୍ଥିତା
ନମସ୍ତସ୍ୟେ ନମସ୍ତସ୍ୟେ ନମସ୍ତସ୍ୟେ ନମୋ ନମଃ

ମା ସ୍କନ୍ଦମାତାଙ୍କ ବିଶେଷ ପ୍ରସାଦ:

ନବରାତ୍ରିର ପଞ୍ଚମ ଦିନରେ ମାଙ୍କୁ କଦଳୀ ଭୋଗ ଲଗାନ୍ତୁ। ଏହାକୁ ପ୍ରସାଦ ଭାବେ ଗ୍ରହଣ କରନ୍ତୁ। ସନ୍ତାନ ଏବଂ ସ୍ବାସ୍ଥ୍ଯ ଜନିତ ସମସ୍ଯା ଦୂର ହେବ।

ପୌରାଣିକ କଥାବସ୍ତୁ

ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କ ଅନ୍ୟନାମ ସ୍କନ୍ଦ । ପୌରାଣିକ ମାନ୍ୟତା ଅନୁଯାୟୀ ତାରକାସୁରର ନାଁ ରାକ୍ଷସ ଥିଲା । ଯାହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ରଙ୍କ ଦ୍ୱାରା ସମ୍ଭବ ଥିଲା । ଏହା ଜାଣିବା ପରେ ମା ପାର୍ବତୀ ପୁତ୍ର କାର୍ତ୍ତିକଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ସହ ସ୍କନ୍ଦ ମାତାଙ୍କ ରୂପ ଧାରଣ କରିଥିଲେ । ସ୍କନ୍ଦମାତାଙ୍କ ଠାରୁ ଯୁଦ୍ଧ ପ୍ରଶିକ୍ଷିଣ ନେବା ପରେ ଭଗବାନ ସ୍କନ୍ଦ ତାରକାସୁରର ବଧ କରିଥିଲେ ।

ଦେବୀ ଦୁର୍ଗାଙ୍କ ପଞ୍ଚମ ଅବତାରକୁ ସ୍କନ୍ଦମାତା କୁହାଯାଇଥାଏ। ଭଗବାନ ସ୍କନ୍ଦ ବାଲ୍ୟ ରୂପେ ମାତା ସ୍କନ୍ଦଙ୍କ କୋଳରେ ବିରାଜିତ ହୋଇଛନ୍ତି । ମାତାଙ୍କ ଏହି ଦିନ ସାଧକଙ୍କ ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ହୋଇଥାଏ । ସ୍କନ୍ଦମାତାଙ୍କୁ ବିଦ୍ୟବାସିନୀ ମଧ୍ୟ କୁହାଯାଏ । ଶାସ୍ତ୍ରରେ ସ୍କନ୍ଦଙ୍କୁ କୁମାର କାର୍ତ୍ତିକେୟ କୁହାଯାଇଥାଏ । ଥରେ ଇନ୍ଦ୍ର କାର୍ତ୍ତିକଙ୍କୁ ଉପହାସ କରିବା ସହ କହିଥିଲେ ତୁମେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ସନ୍ତାନ ନୁହଁନ୍ତି । ଏହାଦ୍ୱାରା କୁମାର କାର୍ତ୍ତିକେୟ ବହୁତ ଦୁଃଖି ହୋଇଥିଲେ । ଏହାପରେ ମାତା କାର୍ତ୍ତିକେୟଙ୍କ ଦୁଃଖ ବୁଝିପାରିଥିଲେ ଏବଂ ସିଂହ ଉପରେ ବିରାଜମାନ କରି ପ୍ରକଟ ହୋଇ ନିଜ କୋଳରେ କାର୍ତ୍ତକଙ୍କୁ ଉଠାଇ ନେଇଥିଲେ ।

ପୌରାଣିକ କଥା ଅନୁସାରେ, ମା ହିମାଳୟ ପୁତ୍ରୀ । ମା’ ମାହେଶ୍ୱରୀ ଓ ଗୌରୀ ନାମରେ ମଧ୍ୟ ନାମିତ । ସ୍କନ୍ଦମାତା ପଦ୍ମ ଫୁଲରେ ଅଭୟ ମୁଦ୍ରାରେ ବିରାଜମାନ । ମା’ଙ୍କ ରୂପ ଅତ୍ୟନ୍ତ ସୁନ୍ଦର। ତାଙ୍କ ମୁଖରେ ଏକ ଉଜ୍ଜ୍ୱଲ୍ୟ ଦେଖିବାକୁ ମିଳିଥାଏ । ସେଥିପାଇଁ ତାଙ୍କୁ ମା’ ଗୌରୀ ମଧ୍ୟ କୁହାଯାଏ ।

Leave a Reply

Your email address will not be published. Required fields are marked *