ଜେଲରେ ଥିବା ଓଡ଼ିଶା ସରକାରଙ୍କ ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର, ୨୫/୯: ଓଡ଼ିଶା ସରକାରଙ୍କ ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ | ଭିନ୍ନ ଭିନ୍ନ ମାମଲାରେ ଗିରଫ ହୋଇ ଜେଲରେ ଥିବା ବେଳେ ରାଜ୍ୟ ସରକାର ଆଜି ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି | ନିଲମ୍ବିତ ଦୁଇ ଅଧିକାରୀ ହେଲେ ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଏବଂ କଟକ ମଣ୍ଡଳ କାରାଗାର ଅଧୀକ୍ଷକ ସୁଜିତ କୁମାର ରାଉଳ | ଅରୁଣ ବିଶ୍ୱାଳ: ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ, OAS ଅଫିସର – ମହିଳା କର୍ମଚାରୀଙ୍କ ଅଭିଯୋଗରେ ଖାରବେଳନଗର ଥାନାରେ ଦୁଷ୍କର୍ମ, ହତ୍ୟା ଉଦ୍ୟମ ମାମଲା ରେ ଜେଲ ରେ ଥିବା ବେଳେ, ସୁଜିତ ରାଉଳ: ଚୌଦ୍ୱାର ସର୍କଲ ଜେଲ ବରିଷ୍ଠ ଅଧୀକ୍ଷକ – ୨ ବିଚାରାଧୀନ କଏଦୀ ପଳାୟନ (ଅକ୍ଟୋବର ୨୦୨୫) ପରେ ରେକର୍ଡ ସହ ଛେଡଛାଡ, ପୂର୍ବତନ ଜେଲର ଦସ୍ତଖତ ଜାଲିଆତି ଅଭିଯୋଗରେ ଜେଲ ରେ ଅଛନ୍ତି |

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଲମ୍ବନ ଆଦେଶକୁ ଅନୁମୋଦନ କରିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦିଆଯାଇଛି। ସରକାରୀ ନିୟମ ଅନୁଯାୟୀ, ଗିରଫ ହେବା ପରେ ଉଭୟ ଅଧିକାରୀ ୪୮ ଘଣ୍ଟାରୁ ଅଧିକ ସମୟ ଜେଲରେ ରହିଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ସମ୍ପୃକ୍ତ ବିଭାଗଗୁଡ଼ିକ ସେବା ନିୟମ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ନିଲମ୍ବନ ପ୍ରସ୍ତାବକୁ ଅନୁମୋଦନ କରିଥିଲେ।

Leave a Reply

Your email address will not be published. Required fields are marked *