ଆଜି ଅନନ୍ତ ବ୍ରତ, ଘରେ ଘରେ ପୂଜା

ଭୁବନେଶ୍ୱର, ୨୫/୯: ଆଜି ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ – ଅନନ୍ତ ଚତୁର୍ଦ୍ଦଶୀ। ଆଜି ଦିନ ଭଗବାନ ବିଷ୍ଣୁଙ୍କ ଅନନ୍ତ ସ୍ୱରୂପ ପୂଜା। ବିଷ୍ଣୁଙ୍କ ସମେତ ଗଣେଶଙ୍କ ସମ୍ମୁଖରେ ମଧ୍ୟ ଏହି ପୂଜା କରିବାର ବିଧି ପ୍ରଚଳିତ ଥିବା କୁହାଯାଏ ଗଜାନନ ନିଜେ ଅନନ୍ତ ବ୍ରତ କରିଥାନ୍ତି। ସୁଖ ସୌହାର୍ଦ୍ଦ୍ୟ କାମନା କରି ଅନନ୍ତ ଚତୁର୍ଦ୍ଦଶୀ ତିଥିରେ ଉଭୟ ପୁରୁଷ ଓ ମହିଳାମାନେ ଏହି ଅନନ୍ତବ୍ରତ ପାଳନ କରଥାନ୍ତି। ୧୪ ଗଣ୍ଠି ବିଶିଷ୍ଟ ଅନନ୍ତ ଡୋରା ବାନ୍ଧିବା – ପୁରୁଷ ଡାହାଣ ହାତରେ, ମହିଳା ବାମ ହାତରେ, ୧୪ ବର୍ଷ ପାଳନ କଲେ ମନୋବାଞ୍ଛା ପୂରଣ ବୋଲି ମାନ୍ୟତା ରହିଛି |

ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ସମାପନ ପରେ ମୁକ୍ତି ମଣ୍ଡପ ନିକଟରେ ଥିବା ଅନନ୍ତଙ୍କ ପାଖରେ ପର୍ବ ଯାତ୍ରା ଯୋଗାଣିଆ ପ୍ରଦତ୍ତ ଭୋଗ, ମହାସ୍ନାନ ଜିନିଷ ରଖାଯାଇଥାଏ। ପ୍ରଥମେ ଜଣେ ପାଳିଆ ପୂଜାପଣ୍ଡା ସେବକ ଅନନ୍ତଙ୍କ ପାଖରେ ମହାସ୍ନାନ ନୀତି ଓ ଭୋଗ କରିଥାନ୍ତି। ଏହାପରେ ଅନନ୍ତ ବ୍ରତ କଥା ପାଠ କରିବାପରେ ବନ୍ଦାପନା ନୀତି ହୋଇଥାଏ ।

Leave a Reply

Your email address will not be published. Required fields are marked *