ଭୁବନେଶ୍ୱର, ୨୫/୯: ପାଠ୍ୟ ପୁସ୍ତକ ବିଭ୍ରାଟକୁ ନେଇ ୩୦ ସେପ୍ଟେମ୍ବରରେ ଓଡ଼ିଶା ବନ୍ଦ ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ (ନଙ୍କସ)। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି।
ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏନେଇ ସୂଚନା ଦେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ବହିରେ ୧୬୦୦ରୁ ଅଧିକ ଭୁଲ – ନ୍ୟୁଟନଙ୍କୁ ‘ମହାନ ପାଇଲଟ’, ନିୟମଗିରି ଝାଡଖଣ୍ଡରେ ଭଳି ଅନେକ ଭୁଲ ରହିଛି | ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସମସ୍ତ ଦୋକାନ, ଗାଡି, ବ୍ୟବସାୟୀଙ୍କୁ ସମର୍ଥନ କରିବା ନେଇ ଅପିଲ କରିଛନ୍ତି |
ଅନ୍ୟପଟେ, କଂଗ୍ରେସ ବି MMDR ଆଇନ ବିରୋଧରେ ଦଶହରା ପରେ ବନ୍ଦ ଓ ୭ ଦିନିଆ ଅର୍ଥନୈତିକ ଅବରୋଧ ଘୋଷଣା କରିଛି |













Leave a Reply