ବଙ୍ଗଳା ନିର୍ବାଚନରେ ବିଜେପିର ୨୧୭.୧୬ କୋଟି ଖର୍ଚ୍ଚ, ରିପୋର୍ଟ ପ୍ରକାଶ

ଭୁବନେଶ୍ୱର, ୨୫/୯: ନିର୍ବାଚନ କମିଶନରେ ଦାଖଲ ରିପୋର୍ଟ ଅନୁସାରେ ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏକା ବଙ୍ଗଳାରେ ୨୮୬.୯ କୋଟି ଖର୍ଚ୍ଚ କରିଛି। ଆସାମ, କେରଳ, ତାମିଲନାଡୁ, ପୁଡୁଚେରୀ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ମୋଟ ୫୨୯.୩୮ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ, ସର୍ବାଧିକ ୨୮୬.୯୯ କୋଟି ଟଙ୍କା କେବଳ ପଶ୍ଚିମବଙ୍ଗରେ ବ୍ୟୟ ହୋଇଛି। ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ନିମନ୍ତେ ବିଜେପି ୨୧୭.୧୬ କୋଟି ଟଙ୍କା ଓ ପ୍ରାର୍ଥୀମାନଙ୍କ ପାଇଁ ୬୯.୮୩ କୋଟି ଟଙ୍କା ଖର୍ଚ୍ଚ କରିଛି। ସାଧାରଣ ପ୍ରଚାରରେ ୨୧୭.୧୬ କୋଟି, ପ୍ରାର୍ଥୀଙ୍କ ପାଇଁ ୬୯.୮୩ କୋଟି, ଷ୍ଟାର ପ୍ରଚାରକ ଯାତ୍ରା ୫୨.୧୮ କୋଟି, ମିଡିଆ ବିଜ୍ଞାପନ ୮.୪୮ କୋଟି ଖର୍ଚ କରିଛି |

ବାକି ୪ଟି ରାଜ୍ୟରେ ଦଳ ପକ୍ଷରୁ ମୋଟ ୨୪୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ପଶ୍ଚିମବଙ୍ଗରେ ବିଜେପି ଯେତିକି ଟଙ୍କା ଖର୍ଚ୍ଚ କରିଛି ତାହା ୫ଟି ରାଜ୍ୟରେ କଂଗ୍ରେସ ବ୍ୟୟ କରିଥିବା ୨୪୮.୫୫ କୋଟି ଟଙ୍କାଠାରୁ ଅଧିକ। ସେହିପରି ଏହି ନିର୍ବାଚନରେ ସିପିଆଇଏମର ମୋଟ ୩୯.୦୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ହୋଇଥିବା ବ୍ୟୟ ରିପୋର୍ଟରୁ ଏହି ସୂଚନା ମିଳିଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ୨୯୩ରୁ ୨୦୭ଟି ଆସନରେ ବିଜୟୀ ହୋଇଥିବାବେଳେ ଟିଏମସି ୮୦ଟି ଆସନରେ ସନ୍ତୁଷ୍ଟ ରହିଥିଲା। ଅନ୍ୟପକ୍ଷରେ କଂଗ୍ରେସ ୨୯୩ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ୨ଟି ଆସନ ହାତେଇ ଥିଲା। କଂଗ୍ରେସ ପଶ୍ଚିମବଙ୍ଗରେ ୪୨.୦୮ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଏଥିମଧ୍ୟରୁ ପ୍ରଚାର ପାଇଁ ୧୨.୯୬ କୋଟି ଓ ପ୍ରାର୍ଥୀମାନଙ୍କ ଲାଗି ୨୯.୧୨ କୋଟି ଟଙ୍କା ବ୍ୟୟ କରିଥିଲା। ସେହିପରି ସିପିଆଇଏମ୍ ପଶ୍ଚିମବଙ୍ଗରେ ୧୯୭ଟି ଆସନରେ ପ୍ରାର୍ଥୀ ଦେଇ ଗୋଟିଏ ଆସନରେ ବିଜୟୀ ହୋଇଥିଲା। ଏହି ଦଳ ନିର୍ବାଚନରେ ମୋଟ ୮.୨୩ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ତେବେ ଟିଏମସି ଏ ପର୍ଯ୍ୟନ୍ତ ନିଜର ନିର୍ବାଚନ ଖର୍ଚ୍ଚ ସାର୍ବଜନୀନ କରିନାହିଁ।

Leave a Reply

Your email address will not be published. Required fields are marked *