ଚତୁର୍ଥ ଦିନ ବି ଅଚଳ ବିଧାନସଭା, ଗୃହ ମୁଲତବୀ

ଭୁବନେଶ୍ୱର, ୨୫/୯: ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ | ତିନିଦିନ ପରି ଆଜି ମଧ୍ୟ ସମାନ ସ୍ଥିତି ରହିଛି | ଏମଏମଡିଆର ପ୍ରସଙ୍ଗରେ ବିରୋଧୀଙ୍କ ହୋହାଲ୍ଲା ପରେ ଅପରାହ୍ଣ ୪ଟା ଯାଏଁ ବିଧାନସଭା ମୁଲତବୀ କଲେ ଉପବାଚସ୍ପତି । ପ୍ରଶ୍ନକାଳରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା । ସେପଟେ ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରୁଛନ୍ତି ।

ଆଜି ବି ଅଚଳ ହେଲା ଓଡିଶା ବିଧାନସଭା। ଲଗାତାର ଚତୁର୍ଥ ଦିନ ଗୃହ ଚାଲିଲାନି। ଏମ୍‌ଏମ୍‌ଡିଆର (ଖଣି) ସଂଶୋଧନ ବିଲ୍‌ ନେଇ ବିଜେଡି ଓ କଂଗ୍ରେସ ସ୍ୱର ଏକ୍‌ । ଏହି ପ୍ରସଙ୍ଗରେ ପ୍ରତିବାଦ ଜାରି ରଖିଛନ୍ତି ବିରୋଧୀ ଦଳ । ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେଡି ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ସାମ୍ନାକୁ ଚାଲି ଆସିଥିଲେ। ଏମଏମଡିଆର ସଂଶୋଧନ ଆଇନ ପ୍ରତିବାଦରେ ବିଭିନ୍ନ ଲେଖା ଥିବା ବ୍ୟାନର ଓ ପୋଷ୍ଟର ଧରିଥିଲେ । କଂଗ୍ରେସ ସଭ୍ୟମାନେ ଏମଏମଡିଆର ସଂଶୋଧନ ଆଇନ ବିରୋଧରେ ଲେଖାଥିବା ବ୍ୟାନରକୁ ଗାଉନ ଭଳି ସାର୍ଟ ଉପରେ ପିନ୍ଧିଥିଲେ । ଏମଏମଡିଆର ସଂଶୋଧନ ଆଇନ ବିରୋଧରେ ନାରାବାଜି ଦେଇ ଗୃହକୁ କମ୍ପାଇଥିଲେ ବିରୋଧୀ ଦଳ ।

ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ହଙ୍ଗାମା କରିଥିଲେ ବିରୋଧୀ | ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇ ଅପିଲ ସତ୍ତ୍ୱେ ବିରୋଧୀ କଥା ଶୁଣିଲେନି, ଏନେଇ ଗୃହ ଅପରାହ୍ନ ୪ଟା ଯାଏଁ ମୁଲତବୀ ରହିଛି |

Leave a Reply

Your email address will not be published. Required fields are marked *