ଟିଏମସି ପୂର୍ବତନ ବିଧାୟକ ଅଜିତ ମାଇତି ଗିରଫ

ଭୁବନେଶ୍ୱର, ୨୫/୯: ପଶ୍ଚିମବଙ୍ଗ ପୋଲିସ ଆଜି ପିଙ୍ଗଳାର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଗିରଫ କରିଛି | ଠକେଇ ମାମଲାରେ ପୋଲିସ ଗିରଫ କରିଛି | ଖଡ଼ଗପୁରସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଡେବ୍ରା ପୋଲିସ ଷ୍ଟେସନକୁ ନିଆଯାଇଥିବା ଜଣାପଡ଼ିଛି।

ଅଜିତ ମାଇତି ପୂର୍ବରୁ ପଶ୍ଚିମ ମେଦିନୀପୁରରେ ଟିଏମ୍‌ସିର ଜିଲା ସଭାପତି ମଧ୍ୟ ରହିଥିଲେ। ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତମ ନେତାଙ୍କ ମଧ୍ୟରୁ ଜଣେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ରହିଛି । ପୋଲିସ ସୂଚନା ଅନୁସାରେ, ଦଳରେ ପଦ ଦେବାର ପ୍ରତିଶ୍ରୁତି ଦେଇ ଟିଏମ୍‌ସି କର୍ମୀ ଗୋବିନ୍ଦ ଦାସଙ୍କଠାରୁ ଅଜିତ ମାଇତି ବଡ଼ ଅଙ୍କର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଥିବା ପୋଲିସ କହିଛି ।

ଏହା ପୂର୍ବରୁ ମଧ୍ୟ ଟିଏମ୍‌ସିର ଦୁଇ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିଲା। ଦକ୍ଷିଣ-ପୂର୍ବ କୋଲକାତାରେ ଟିଏମ୍‌ସି କାର୍ଯ୍ୟାଳୟ ନିୟନ୍ତ୍ରଣକୁ ନେଇ ଭାଜପା କର୍ମୀଙ୍କ ସହ ଝଡ଼ପ ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ଦୁଇ ସଦସ୍ୟଙ୍କୁ ଗିରଫ କରାଯାଇଥିଲା।

ଆଜି ମମତା ବାନାର୍ଜୀଙ୍କୁ ଭେଟିବାର ଥିଲା, ତା ପୂର୍ବରୁ ଗିରଫ – ଷଡଯନ୍ତ୍ର ବୋଲି ଟିଏମସି ଅଭିଯୋଗ କରିଛି | ସେ “୨୦୨୧ରେ ପିଙ୍ଗଳାରୁ ଜିତିଥିଲେ, ୨୦୨୬ରେ ବିଜେପି ପ୍ରାର୍ଥୀ ସ୍ୱାଗତା ମନ୍ନାଙ୍କଠୁ ହାରିଥିଲେ |

Leave a Reply

Your email address will not be published. Required fields are marked *