ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର,୨୦/୮: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଜୟନ୍ତୀ ଉତ୍ସବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ, ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପିସିସି ସଭାପତି ଶ୍ରୀ ଦାସଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ରାଜୀବଭବନ ପରିସରସ୍ଥିତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ପରେ କଂଗ୍ରେସ ଭବନରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, କଂଗ୍ରେସ ନେତା ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ମିନାକ୍ଷୀ ବାହିନୀପତି, ଚିନ୍ମୟ ପ୍ରସାଦ ବେହୁରା, ଅରବିନ୍ଦ ଦାସ, ଅମୀୟ ପଟ୍ଟନାୟକ, ଅଭୟ ସାହୁ, ମନୋରଞ୍ଜନ ଦାଶ, ପ୍ରକାଶଜେନା, ମାନସ ଆଚାର୍ଯ୍ୟ, ପୃଥିବୀବଲ୍ଲଭ ପଟ୍ଟନାୟକ, ରଜନୀମହାନ୍ତି, ପ୍ରକାଶମିଶ୍ର, ସଂଜୟମିଶ୍ର, ଲିଙ୍ଗରାଜସାହୁ, ଜୟସ୍ମିତାମହାନ୍ତି, ବିଣାପାଣିସାମଲ, ସୁଧିର ପଣ୍ଡା, ଭୁବନ ବିହାରିସାହୁ, ମିହିର ଆଚାର୍ଯ୍ୟ, ଦେଓ ପ୍ରସାଦ, ପ୍ରଣତୀମିଶ୍ର, ପ୍ରଦୀପ ମହାପାତ୍ର, ମୋଟରାଜଡୁଙ୍ଗଡୁଙ୍ଗ, ଶ୍ରୀୟାମହାନ୍ତି, ଆଶିଷ ମଲ୍ଲିକ, ସଂଜୟମଣ୍ଡଳ, ବସନ୍ତ ପଣ୍ଡା, ଭାସ୍କରସେଠୀ, ଉଷାରାଣୀବେହେରା, ଏସଏନ ଅଲ୍ଲି, ଏମଡିସାହାଦୁଲ୍ଲା, ଖଗେଶ୍ୱରମଲ୍ଲିକ, ଅମିଷା ସାମନ୍ତରାୟ, ପ୍ରମୁଖବହୁନେତା ଓ କର୍ମୀଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *