ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ପରଲୋକ; ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ , ୨୦/୯: ମାତ୍ର ୪୬ ବର୍ଷ ବୟସରେ ଆଖିବୁଝିଛନ୍ତି ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟା | ତାଙ୍କ ଦେହାନ୍ତ ଖବରକୁ ନେଇ ସାମ୍ବାଦିକତା ଜଗତ ଏବଂ ସାଧାରଣରେ ଶୋକର ଛାୟା ଖେଳାଇଦେଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଜେପି ନଡ୍ଡା ଶୋକ ବ୍ୟକ୍ତ କରିଛନ୍ତି।ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପାୟଲଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପାୟଲ ଜଣେ ପରିଶ୍ରମୀ ସାମ୍ବାଦିକା ଥିଲେ ଏବଂ ସର୍ବଦା ଗ୍ରାଉଣ୍ଡରେ ରହୁଥିଲେ। ତାଙ୍କର ଜାତୀୟ ପ୍ରସଙ୍ଗ ଉପରେ ଗଭୀର ବୁଝାମଣା ଥିଲା, ଯାହା ତାଙ୍କ ରିପୋର୍ଟିଂରେ ସ୍ପଷ୍ଟ ଥିଲା।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ପାୟଲ ମେହେଟ୍ଟା ଜୀ ଜଣେ ପରିଶ୍ରମୀ ସାମ୍ବାଦିକା ଥିଲେ, ଯିଏ ସବୁବେଳେ ମାଟି ସହ ଜଡିତ ରହି ଜାତୀୟ ପ୍ରସଙ୍ଗକୁ ଗଭୀର ଭାବେ ବୁଝାଉଥିଲେ। ତାଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦ।”

ସେ ପାର୍ଲାମେଣ୍ଟ୍‌ରେ ରିପୋର୍ଟିଂ ପାଇଁ ଅତ୍ୟନ୍ତ ସମର୍ପିତା ଥିଲେ ବୋଲି ରାଜନାଥ ସିଂ କହିଛନ୍ତି। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ପାର୍ଲାମେଣ୍ଟ୍‌ ସମୟରେ ଉପସ୍ଥିତ ରହୁଥିଲେ। ସେ ନିରନ୍ତର ଗୃହର କାର୍ଯ୍ୟଧାରା ଉପରେ ନଜର ରଖୁଥିଲେ ଏବଂ ଅତ୍ୟନ୍ତ ସମର୍ପିତତାର ସହିତ ତାଙ୍କର କାର୍ଯ୍ୟ ସମ୍ପାଦନ କରୁଥିଲେ।

CNN-News18 ର ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟା (୪୬) ଆଜି ଭୋର ୨ଟାରେ ମୁମ୍ବାଇରେ ଦେହାନ୍ତ। ମୁମ୍ବାଇ ଗସ୍ତରେ ଥିବା ବେଳେ ଅସୁସ୍ଥ ଅନୁଭବ କରି ହସ୍ପିଟାଲ ନିଆଯିବା ପୂର୍ବରୁ ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିଲା ବୋଲି ବରିଷ୍ଠ ସାମ୍ବାଦିକା ଶୀଲା ଭଟ୍ଟ X ରେ ଜଣାଇଛନ୍ତି।ସେ ସଂସଦ, ସରକାର ଓ BJP ବିଟ୍ କଭର କରୁଥିଲେ।

 

Leave a Reply

Your email address will not be published. Required fields are marked *