ଭୁବନେଶ୍ୱର, ୨୫/୯: ଚର୍ଚାରେ ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା | କୋ-ଷ୍ଟାରଙ୍କ ସହ ଗୋବିନ୍ଦାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର ରାଣୀ ସ୍ୱର୍ଣ୍ଣକାରଙ୍କ ସହ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ପଣ୍ଡାଲରେ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା | ପରେ ଏହି ଖବର ପ୍ରଚାର ହେବା ପରେ ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଜୋର ଧରିଛି | ଅଭିନେତା ଗୋବିନ୍ଦା ତାଙ୍କ ଫିଲ୍ମ ‘ରୁପା’ ସହ-ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ଡେଟିଂ ଗୁଜବକୁ ଖଣ୍ଡନ କରିଛନ୍ତି।
ଏହା ଉପରେ ଏକ ସାକ୍ଷାତକାରରେ ଗୋବିନ୍ଦା ସ୍ପଷ୍ଟୀକରଣ ଦେଇଛନ୍ତି।
ଗୋବିନ୍ଦା କହିଛନ୍ତି ଯେ, ନିଜ ଆଗାମୀ ଫିଲ୍ମ ‘ରୂପା’ର ସଫଳତା ପାଇଁ ସେ ଲାଲବାଗଚା ରାଜାଙ୍କ ଦର୍ଶନ କରିବାକୁ ଯାଇଥିଲେ। ପୂର୍ବରୁ ସେ କରିଶ୍ମା କପୁର ଓ ରବୀନା ଟଣ୍ଡନଙ୍କ ସହ ମଧ୍ୟ ମନ୍ଦିର ଯାଇଥିବା କହିଛନ୍ତି । ଗୋବିନ୍ଦାଙ୍କ କହିବା ଅନୁସାରେ, ସେହି ସମୟରେ ତାଙ୍କ ଫିଲ୍ମଗୁଡ଼ିକ ବଡ଼ ସଫଳତା ପାଇଥିଲା। ଦୀର୍ଘ ସମୟ ପରେ ପୁଣିଥରେ ଅଭିନୟ ଜଗତକୁ ଫେରୁଥିବାରୁ ‘ରୂପା’ ପାଇଁ ସେ ପ୍ରାର୍ଥନା କରିଥିବା କହିଛନ୍ତି।
ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ଚର୍ଚ୍ଚା ଓ ଗୁଜବ ସମ୍ପର୍କରେ ମଧ୍ୟ ଗୋବିନ୍ଦା ମତ ରଖିଛନ୍ତି । ଏହା ତାଙ୍କୁ ପରିବାରଠାରୁ ଦୂରେଇବା ଏବଂ ସମାଜରେ ତାଙ୍କ ଛବି ଖରାପ କରିବା ପାଇଁ ଏକ ଯୋଜନାର ଅଂଶ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଧ୍ୟାନ ସବୁବେଳେ କାମ ଉପରେ ରହିଛି। କୋ-ଷ୍ଟାରଙ୍କ ସହ ତାଙ୍କର ସମ୍ପର୍କକୁ ସେ ପେସାଦାର ବୋଲି କହିଛନ୍ତି।












Leave a Reply