ସବୁ ତାଙ୍କରି ଇଛା, ନା ଆଉ କିଛି ?

ଭୁବନେଶ୍ବର,୧୭/୬ :  କାଳିଆ ସାଆନ୍ତ । ବ୍ରହ୍ମାଣ୍ଡ ନାଥ । ସବୁ ତାଙ୍କରି ଇଛାରେ ଚାଲେ । ପତ୍ରଟିଏ ବି ହଲେନି । ଆଜିଠୁ କାଳିଆ ସାଆନ୍ତେଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି । ହେଲେ ଆଜି କାଳିଆକୁ ଦେଖି ଭକ୍ତଙ୍କ ମନରେ ବେଶ୍ ପ୍ରଶ୍ନ ଉଠିଛି । ଯାହା ସ୍ବଭାବିକ । କାରଣ କେହି କେବେ ରଥଯାତ୍ରା ପରି ଦିନରେ ତା’ର ପ୍ରିୟର ଠାକୁରକୁ ଖାଲି ମଥାରେ ଦେଖି ନାହିଁ କି ଦେଖି ପାରିବନି । ଆଉ ଆଜିର ଚିତ୍ର ଏହାହିଁ କିଛି ଥିଲା । ଯାହା ଭକ୍ତର ହୃଦୟକୁ ରୁନ୍ଧି ପକାଇଛି । ଭକ୍ତ ଆଜି ଆଖିରୁ ଲୁହ ଝରାଉଛି । ମନରେ ଗୋଟିଏ ପ୍ରଶ୍ନ ତା‘ କାଳିଆର ଟାହିଆ କେଉଁଆଡ଼େ ଗଲା । ସତରେ ତା’ ଭାବର ଠାକୁର କ’ଣ ଆଜି ଋଷିଛି । ସୋସିଆଲ ମିଡ଼ିଆ ହେଉ କିମ୍ବା ଟିଭି ପରଦାରେ ବି ଏ ଚିତ୍ର ବେଶ ନିରାଶ ଥିଲା । ଯାହା ଗୋଟିଏ ଭକ୍ତ ପାଇଁ ଅରୁଚିକର ।

ଏ ଉତ୍କଳର ମଉଡ଼ମଣିଙ୍କୁ ବିନା ଟାହିଆରେ କ’ଣ କେହି କେବେ ଦେଖି ସହି ପାରିବ । ଆଜି ପ୍ରତିଟି ଓଡ଼ିଆ ମନରେ ଗୋଟିଏ ପ୍ରଶ୍ନ କ’ଣ ପାଇଁ ଜଗତରନାଥ ଜଗନ୍ନାଥଙ୍କ ଏ ବେଶ । ସେ ପରା ମନୁଆ ଠାକୁର । ତା’ର ଇଛା ଥିଲା ନା ଆଉ କିଛିର ଆଭାସ୍ ଦେଉଛି ଭାବ ବିନୋଦିଆ । ସେଦିନର ଚିତ୍ର ଆଜି ବି ମନେ ପଡ଼ୁଛି ଯାହା ମନରୁ ଲିଭିନି । ସ୍ନାନପୂର୍ଣ୍ଣିମା ଦିନ ହଠାତ୍ ଦୀପ ଲିଭିଯିବା ଆଉ ଆଜି ବିନା ଟାହିଆରେ ମହାପ୍ରଭୁ ସିଂହଦ୍ବାରରୁ ସାରା ବିଶ୍ବକୁ ଦର୍ଶନ ଦେବା କ’ଣ ସୂଚାଉଛି । ଏହା ବାଦ୍ ଆଜି ଆଉ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଥିଲା । ପ୍ରଥମେ ବଡ଼ ଭାଇ ବଳଭଦ୍ର ଠାକୁର ପହଣ୍ଡି ବିଜେ କରିଥିଲେ, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ । ବଳଭଦ୍ର ବିଜେ ସମୟରେ ଠାକୁର ଯେମିତି ଶୋଇପଡ଼ୁଥିବା ଦେଖାଯାଉଥିଲେ । ଏହାପରେ ମା’ ଆସିଥିଲେ । କିନ୍ତୁ ମହାପ୍ରଭୁ ଆଜି ଯେଭଳି ଟିକେ ବିଳମ୍ବ କରୁଥିଲେ । କ’ଣ କାରଣ ହୋଇପାରେ । କ’ଣ କିଛି ତ୍ରୁଟି ହୋଇଗଲା କି ଆଜି ସବୁରି ଓଡ଼ିଆ ମନରେ ଗୋଟିଏ ପ୍ରଶ୍ନ । କାହିଁକି ପ୍ରଭୁ ଅଟକି ରହିଥିଲେ । ଦୀର୍ଘ ସମୟ ଧରି ପ୍ରଭୁ ଆଜି ମନ୍ଦିର ଭିତରେ ରହିଯାଇଥିଲେ ।

ସେହିଭଳି ରଥଟଣା ଯଦି ଦେଖିବା ନିର୍ଦ୍ଧାରିତ ସମୟର ଦୀର୍ଘ ୧ ଘଣ୍ଟା ପରେ ରଥଟଣା ଆରମ୍ଭ ହୋଇଥିଲା । ବଡ଼ ଠାକୁରଙ୍କ ତାଳଧ୍ୱଜ କେବଳ ମାର୍କେଟ ଛକା ଯାଏ ଗଡ଼ି ପାରିଛି। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ମରିଚିକୋଟରେ ଅଟିକିଥିବାବେଳେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ସିଂହଦ୍ୱାରରୁ ମାତ୍ର ୨ହାତ ଗଡ଼ି ଅଟକି ଯାଇଛି। ଆସନ୍ତାକାଲି ପୁଣି ରଥଟଣା ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ସକାଳ ୯.୩୦ରେ ରଥ ଟଣା ହେବ। ସେହିପରି ଆସନ୍ତାକାଲି ଆଡ଼ପ ମଣ୍ଡପ ପହଣ୍ଡି ହେବ ନାହିଁ। ଆସନ୍ତା ୧୮ରେ ଶ୍ରୀଜିଉ ଆଡ଼ପ ବିଜେ ହେବ। ରଥ ଟଣାକୁ ନେଇ ବି ପ୍ରଶ୍ନ ଉଠିଛି । ବିଳମ୍ବରେ କାହିଁକି କାର୍ଯ୍ୟ ହେଲା । ସବୁ କିଛି ପ୍ରସ୍ତୁତି ରହିଥିଲା । ବୈଠକ ପରେ ବୈଠକ ହୋଇଥିଲା । ଏହା କ’ଣ ପରିଚାଳନା ଗତ ତ୍ରୁଟି ନା ସେହି ମନୁଆ ଠାକୁରର ଇଛା । ସବୁକିଛି ଠିକ୍ ଅଛି ଯେ କିନ୍ତୁ କାଳିଆ ଠାକୁରର ଏ ତ୍ରୁଟିକୁ କେହି କେବେ ବରଦାସ୍ତ କରିପାରିନାହିଁ । ଯଦି ସରକାର ସ୍ତରରେ ଏହା ଭୁଲ୍ ହୋଇଛି ତେବେ ସୁଧାରିବା ନିହାତି ଆବଶ୍ୟକ । ନ ହେଲେ ସରକାର ବି ବଦନାମ୍ ହେବେ । ଏ ଜଗତରନାଥ ଜଗନ୍ନାଥ । ତାଙ୍କ ଠୁ ତ ରାଜନୀତି ଆରମ୍ଭ ହୁଏ । ସରକାରଙ୍କ ଓଭର କନଫିଡେନ୍ସରୁ ଏଭଳି ହେଲା କି । ଯାହା ଠାକୁର ଦର୍ଶାଇଦେଲେ । ସବୁ ତାଙ୍କରି ଇଛାରେ ହୁଏ ବୋଲି ।

ଆଜିର ଏହି ସବୁ ଚିତ୍ର ଦେଖି ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଗୋଟିଏ ପ୍ରଶ୍ନ ସବୁ ତାଙ୍କରି ଇଛା ନା ଆଉ କିଛି ?

Leave a Reply

Your email address will not be published. Required fields are marked *