ଭୁବନେଶ୍ୱର, ୨୩/୯: ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁ ରାଜ୍ୟରେ ଜାରୀ ରହିଛି ବର୍ଷା । ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଗଭୀର ଅବପାତ ବା ଡିପ୍ ଡିପ୍ରେସନ୍ ଏବେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ତେବେ ଏହାରି ମଧ୍ୟରେ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର ପରିମାଣ ବହୁତ ଅଧିକ ରହିବ । ଦୁଇ ଦିନ ହେଲା ବର୍ଷା ହେଉଛି, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବର୍ଷିବା ନେଇ ସେ ସୂଚନା ଦେଇଛନ୍ତି । MD ଡିଜିଙ୍କ କହିବା ଅନୁସାରେ, ସମୁଦ୍ର ଥିବା ପର୍ଯ୍ୟନ୍ତ ଶକ୍ତିଶାଳୀ ରହିବ ଗଭୀର ଅବପାତ ।
ସ୍ଥଳ ଭାଗକୁ ଆସିଲେ ବି ଧିରେ ଧିରେ ଦୁର୍ବଳ ହେବ, ତେଣୁ ଅଧିକ ବର୍ଷିବ । ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ କରିବ । ଉପକୂଳ ଛୁଇଁବା ପାଇଁ ଆହୁରି ପ୍ରାୟ ୭ ଘଣ୍ଟା ସମୟ ଲାଗିବ । ତେବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
କୋରାପୁଟ, ମାଲକାନଗିରି, ରାୟଗଡ଼ା ଉପରେ ବେଶୀ ପ୍ରଭାବ ପଡ଼ିବ । ବୁଧବାର ଏବଂ ଗୁରୁବାର ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଶୁକ୍ରବାର ଦିନ ଛତିଶଗଡ଼କୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ । ତେବେ ପ୍ରବଳ ବର୍ଷା ଫଳରେ ଦକ୍ଷିଣ ଓଡ଼ିଶାରେ ଆକସ୍ମିକ ବନ୍ୟା ସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ବୋଲି କହିଛନ୍ତି ଆଇଏମଡି ଡିଜି ।
୨୩ ସେପ୍ଟେମ୍ବର ସକାଳ ୮ଟା ୩୦ ସୁଦ୍ଧା ଡିପ୍ ଡିପ୍ରେସନ୍ଟି ପଶ୍ଚିମ-ମଧ୍ୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୮.୦° ଉତ୍ତର ଅକ୍ଷାଂଶ ଓ ୮୪.୬° ପୂର୍ବ ଦ୍ରାଘିମା ନିକଟରେ ରହିଥିଲା।
ଏହା କଳିଙ୍ଗପଟ୍ଟଣମ୍ଠାରୁ ପ୍ରାୟ ୬୦ କିମି ଦକ୍ଷିଣ-ପୂର୍ବ, ବିଶାଖାପାଟଣମ୍ଠାରୁ ୧୪୦ କିମି ପୂର୍ବ-ଉତ୍ତରପୂର୍ବ, ଗୋପାଳପୁରଠାରୁ ୧୫୦ କିମି ଦକ୍ଷିଣ ଏବଂ ପୁରୀଠାରୁ ୨୪୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ ଥିଲା।
ଗତ ୬ ଘଣ୍ଟାରେ ଏହା ପ୍ରାୟ ୫ କିମି ପ୍ରତି ଘଣ୍ଟା ବେଗରେ ପଶ୍ଚିମ ଦିଗକୁ ଗତି କରିଛି। ଏବେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।












Leave a Reply