ଭୁବନେଶ୍ୱର, ୨୩/୯: ଭାରତର ଷ୍ଟାର ଭାରୋତ୍ତୋଳକ ମୀରାବାଈ ଚାନୁ ଆଜି ଏସୀୟ କ୍ରୀଡା ୨୦୨୬ରେ ଇତିହାସ ରଚିଲେ। ମୀରାବାଇ ଚାନୁ ବୁଧବାର ଦିନ ଏସୀୟ କ୍ରୀଡ଼ାରେ ନିଜର ପ୍ରଥମ ପଦକ ଜିତିଛନ୍ତି | ସେ ଆଇଚି ଓ ନାଗୋୟା ସ୍ଥିତ ‘ନାଗୋୟା ସିଟି ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି ସେଣ୍ଟର’ରେ ମହିଳା ୪୯ କିଗ୍ରା ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ଦୀର୍ଘ ୨୮ ବର୍ଷ ପରେ ଏସୀୟ କ୍ରୀଡ଼ାର ଭାରୋତ୍ତୋଳନ ଇଭେଣ୍ଟରେ ଭାରତକୁ ଏକ ପଦକ ମିଳିଛି, ଯାହା ସମଗ୍ର ଦେଶ ପାଇଁ ଏକ ବଡ଼ ଆନନ୍ଦର ବିଷୟ ପାଲଟିଛି।
୨୮ ବର୍ଷ ପରେ ଭାରତ ପାଇଁ ଏସୀୟ କ୍ରୀଡା ଭାରୋତ୍ତୋଳନରେ ପଦକ। ଶେଷ ଥର ୧୯୮ରେ କର୍ଣମ ମଲେଶ୍ୱରୀ ଜିତିଥିଲେ। କର୍ଣ୍ଣମଙ୍କ ପରେ ଅଲିମ୍ପିକ୍ସ, ବିଶ୍ୱ ଚାମ୍ପିଅନସିପ୍, ଏସୀୟ କ୍ରୀଡା, କମନୱେଲଥ୍ ସବୁରେ ପଦକ ଜିତିବାରେ ଦ୍ୱିତୀୟ ଭାରତୀୟ ହେଲେ ମୀରାବାଈ।
ଏହି ପ୍ରତିଯୋଗିତାରେ ମୀରାବାଈ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ସ୍ନାଚ୍ ବିଭାଗରେ ୮୭ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୧୧ କିଲୋଗ୍ରାମ ସମେତ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟପକ୍ଷରେ, ଉତ୍ତର କୋରିଆର ଖେଳାଳି ରି ସଙ୍ଗ-ଗୁମ୍ ମୋଟ ୨୧୦ କିଲୋଗ୍ରାମ ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଇଣ୍ଡୋନେସିଆର ପ୍ରତିଯୋଗୀଙ୍କୁ ବ୍ରୋଞ୍ଜ ପଦକ ମିଳିଛି।
ଏହି ରୌପ୍ୟ ପଦକ ବିଜୟ ସହିତ ମୀରାବାଈଙ୍କ ମେଡାଲ୍ କଲେକ୍ସନ୍ ଏବେ ସମ୍ପୂର୍ଣ୍ଣ ହୋଇଛି। ପୂର୍ବରୁ ସେ ଅଲିମ୍ପିକ୍ସ, କମନୱେଲଥ୍ ଗେମ୍ସ ଏବଂ ବିଶ୍ୱ ଚାମ୍ପିୟନସିପ୍ରେ ଦେଶ ପାଇଁ ବିଭିନ୍ନ ପଦକ ଜିତି ସାରିଥିବା ବେଳେ କେବଳ ଏସୀୟ କ୍ରୀଡ଼ା ପଦକ ତାଙ୍କ ଖାତାରେ ନଥିଲା।












Leave a Reply