ଭୁବନେଶ୍ୱର, ୨୩/୯: ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଗତକାଲି ପ୍ରଥମ ଦିନ ବିଜେଡି ଓ କଂଗ୍ରେସର ହଙ୍ଗାମାରେ ଗୃହ ଚାଲିପାରିଲାନି। ପ୍ରଥମ ଦିନ ଭଳି ଆଜି ମଧ୍ୟ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ଏବଂ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ସଂଶୋଧିତ ଏମଏମଡିଆର ଆକ୍ଟ ଏବଂ ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ସେମାନେ ପ୍ରତିବାଦ କରିଥିଲେ, ହାତରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଯାହା ଫଳରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲାମାତ୍ର ୫ ମିନିଟ୍ ଚାଲି ଗୃହ ଅପରାହ୍ନ ୪ଟା ଯାଏଁ ମୁଲତବୀ। | ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରି ଶେଷରେ ଗୃହ ମୁଲତବୀ କଲେ। ପ୍ରଥମ ଦିନ ପରି ଦ୍ୱିତୀୟ ଦିନ ମଧ୍ୟ କୌଣସି କାମ ହୋଇପାରିଲା ନାହିଁ।
ଏହି ହଟ୍ଟଗୋଳ ମଧ୍ୟରେ ବିଜେଡି ବିଧାୟକମାନେ ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକରେ ଥିବା କଥିତ ତ୍ରୁଟି ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଜବାବ ମାଗିଥିଲେ ବିରୋଧୀ ଦଳର ନେତାମାନେ। ଯାହାଫଳରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ସେହିପରି କଂଗ୍ରେସ ମଧ୍ୟ MMDR ପ୍ରସଙ୍ଗ ନେଇ ଜୋରଦାର ବିକ୍ଷୋଭ କରୁଛନ୍ତି ।












Leave a Reply