ଖାଦ୍ୟ ସାମଗ୍ରୀ ସହ ପର୍ସନାଲ୍ କେୟାର୍ ପ୍ରଡକ୍ଟରେ ରହିବ ଭେଜ୍ ଓ ନନ୍-ଭେଜ୍ ଚିହ୍ନ

ଭୁବନେଶ୍ୱର, ୨୩/୯: କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କଲେ। ଖାଦ୍ୟ ପରି ଏବେ ପର୍ସନାଲ୍ କେୟାର୍ ପ୍ରଡକ୍ଟରେ ମଧ୍ୟ ଭେଜ୍-ନନ୍-ଭେଜ୍ ଚିହ୍ନ ରହିବ। ସାବୁନ, ସାମ୍ପୁ, ଟୁଥପେଷ୍ଟ ଓ ଅନ୍ୟାନ୍ୟ କସମେଟିକ୍ସ ଏବଂ ପର୍ସନାଲ୍ କେୟାର୍ ପ୍ରଡକ୍ଟରେ ଭେଜ୍ ନନ୍-ଭେଜ୍ ଚିହ୍ନ ବାଧ୍ୟତାମୂଳକ କରିଛନ୍ତି । କେନ୍ଦ୍ର ସରକାର ପ୍ୟାକେଜିଂ ନିୟମରେ ସଂଶୋଧନ କରି ଏହି ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି । ଯେଉଁ ସାମଗ୍ରୀଗୁଡ଼ିକ ନିରାମିଷ ସାମଗ୍ରୀରେ ପ୍ରସ୍ତୁତ ହୋଇଛି ସେଥିରେ ଉତ୍ପାଦନକାରୀ ଓ ଆମଦାନିକାରୀମାନେ ସବୁଜ ବିନ୍ଦୁ ରଖିବେ | ପ୍ରାଣୀରୁ ସଂଗୃହୀତ ଉପାଦାନରେ ନିର୍ମିତ ପଦାର୍ଥ ଉପରେ ନାଲି /ଧୂସର ବିନ୍ଦୁ ରହିବ |କେନ୍ଦ୍ର ଖାଉଟି ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନୂଆ ନିୟମ ପ୍ରସ୍ତୁତ କରାଯାଇଛି।

ଏହାଦ୍ବାରା ସାବୁନ, ସାମ୍ପୁ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ଯତ୍ନ ସାମଗ୍ରୀଗୁଡ଼ିକ କେଉଁ ପ୍ରକାର ଉପାଦାନରେ ପ୍ରସ୍ତୁତ ହୋଇଛି ଗ୍ରାହକମାନେ ତାହା ଜାଣିପାରିବେ। ବିଶେଷକରି ପ୍ରାଣୀଙ୍କଠାରୁ ସଂଗୃହୀତ ଉପାଦାନ ବ୍ୟବହୃତ ହୋଇଛି କି ନାହିଁ ତାହା ଜାଣିହେବ ତେବେ ସରକାରଙ୍କ ଏହି ନୂଆ ନିୟମ କମ୍ପାନି, ଉତ୍ପାଦନକାରୀ ଓ ଆମଦାନିକାରୀଙ୍କୁ ପ୍ରଭାବିତ କରିପାରେ । କାରଣ ସେମାନଙ୍କୁ ଉତ୍ପାଦଗୁଡ଼ିକୁ ଅତି ନିକଟରୁ ନିରୀକ୍ଷଣ କରିବାକୁ ହେବ । ଯେଉଁସବୁ ଉପାଦାନକୁ ନେଇ ସାମଗ୍ରୀ ପ୍ରସ୍ତୁତ ହୋଇଛି ତାହାର ବର୍ଷ ଠିକ୍ ଭାବେ ପ୍ୟାକେଟରେ ଦିଆଯାଇଛି ବୋଲି ସେମାନଙ୍କୁ ନିଶ୍ଚିତ କରିବାକୁ ହେବ ।

Leave a Reply

Your email address will not be published. Required fields are marked *