ନୂଆଦିଲ୍ଲୀ: ଆରମ୍ଭ ହେବ ବ୍ରିକ୍ସ ଶିଖର ସମ୍ମିଳନୀ । ଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ରେ ଏକାଠି ହୋଇଛନ୍ତି ବିଶ୍ୱର ମହାଶକ୍ତି । ରାଷ୍ଟ୍ରପତି ପୁଟିନ ଦିଲ୍ଲୀରେ ପହଞ୍ଚିସାରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ସନ୍ଥ ତିରୁଭଲ୍ଲୁରଙ୍କ ତାମିଲ ପୁସ୍ତକର ରୁଷୀୟ ଅନୁବାଦ ଉପହାର ଦେଇଛନ୍ତି ।
ଏହି ପୁସ୍ତକକୁ ୨୦୦୦ ବର୍ଷ ପୂର୍ବେ ରଚନା କରାଯାଇଥିଲା । ପୁସ୍ତକ ଉପହାର ଦେଇ ପିଏମ୍ ମୋଦୀ କହିଥିଲେ, ‘ଏହା ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼ିବା ବିଷୟରେ ଏକ ପୁସ୍ତକ, ଯେଉଁଥିରେ ମାନବ ଜୀବନ ଲେଖାଯାଇଛି । ଏହି ପୁସ୍ତକ ଆମର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ।‘ ସେ ପୁଟିନଙ୍କୁ କହିଥିଲେ ଯେ ସେ ଏହାକୁ ତାଙ୍କ ପାଇଁ ରୁଷୀୟ ଭାଷାରେ ଅନୁବାଦ କରାଇଛନ୍ତି । ପୁସ୍ତକ ଗ୍ରହଣ କରିବା ପରେ ରାଷ୍ଟ୍ରପତି ପୁଟିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଦୁଇ ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟ ଏହି ସମୟରେ ବାଣିଜ୍ୟ ଏବଂ ଯୁଦ୍ଧସ୍ଥିତି ଉପରେ ବିଶେଷ ଆଲୋଚନା ହୋଇଥିଲା । ୪୫ ମିନିଟ୍ ଯାଏ ଦୁଇ ନେତା ବାଣିଜ୍ୟ, ଆଣବିକ ଏବଂ ପ୍ରତିରକ୍ଷା ପରି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ତିନିଦିନିଆ ଭାରତ ଗସ୍ତରେ ଆସି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ଏବଂ ଶକ୍ତି ସହଯୋଗ ବୃଦ୍ଧି କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ପାଇଁ ଏଠାରେ ପହଞ୍ଚିଛନ୍ତି ।














Leave a Reply