ନୁଆଦିଲ୍ଲୀ, ୧୧/୯ : ଭାରତୀୟ ପୁରୁଷ ଦଳ ସହିତ ଫିଜିଓ କମଲେଶ ଜୈନଙ୍କ ଶେଷ କାର୍ଯ୍ୟକାଳ | ଏହା ପୂର୍ବରୁ BCCI ତାଙ୍କୁ କାର୍ଯ୍ୟରୁ ମୁକ୍ତ କରିପାରେ | ଭାରତୀୟ ଦଳର ଫିଜିଓ କମଲେଶ ଜୈନ ନିଜର ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ପାଇଁ ସେ ବର୍ତ୍ତମାନ ଭାରତୀୟ ଦଳ ସହ ନୂଆଦିଲ୍ଲୀରେ ଥିଲେ ମଧ୍ୟ, ସେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ନିକଟରେ ନିଜର ଇସ୍ତଫା ପତ୍ର ଦାଖଲ କରିଥିବା ଜଣାପଡ଼ିଛି। BCCI ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫା ଗ୍ରହଣ କରିନାହିଁ।
ଭାରତୀୟ ଦଳ ଏବଂ BCCI ସହ ଜଡ଼ିତ ସୂତ୍ରରୁ ଜଣାପଡ଼ିଛି ଯେ, ଜୁନ୍ ୨୦୨୨ରେ ଭାରତୀୟ ଦଳରେ ଯୋଗ ଦେଇଥିବା ଜୈନ ବର୍ତ୍ତମାନ ନିଜର ତିନି ମାସିଆ ‘ନୋଟିସ୍ ପିରିୟଡ୍’ (ସୂଚନା ଅବଧି) ପୂରଣ କରୁଛନ୍ତି ଏବଂ ବୋର୍ଡ ଦ୍ୱାରା କାର୍ଯ୍ୟରୁ ମୁକ୍ତ ହେବାକୁ ଅପେକ୍ଷା କରିଛନ୍ତି। ତିନି ମାସିଆ ନୋଟିସ୍ ଅବଧିକୁ ବିଚାର କଲେ, ନ୍ୟୁଜିଲ୍ୟାଣ୍ଡ ସିରିଜ୍ (ଯାହା ଡିସେମ୍ବର ଆରମ୍ଭରେ ଶେଷ ହେବ) ତାଙ୍କର ଶେଷ କାର୍ଯ୍ୟକାଳ ହୋଇପାରେ, ଯଦି ନା BCCI ତାଙ୍କୁ ଏହା ପୂର୍ବରୁ ମୁକ୍ତ କରେ।
ଚେନ୍ନାଇର ବାସିନ୍ଦା ଜୈନ, ନିତିନ୍ ପଟେଲଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଥିଲେ; ପଟେଲ ସେତେବେଳେ ବେଙ୍ଗାଲୁରୁସ୍ଥିତ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ (CoE) କୁ ଚାଲିଯାଇଥିଲେ। ଅବଶ୍ୟ, ପଟେଲ ପରବର୍ତ୍ତୀ ସମୟରେ CoE ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିଲେ। କୁହାଯାଉଛି ଯେ, ବହୁଳ ଭାବେ ଯାତ୍ରା କରିବାକୁ ପଡ଼ୁଥିବାରୁ ଜୈନ ଭାରତୀୟ ଦଳର ଦାୟିତ୍ୱରୁ ଓହରିଯିବାକୁ ଚାହୁଁଥିଲେ। ଏନେଇ BCCI ପକ୍ଷରୁ ତୁରନ୍ତ କୌଣସି ମତାମତ ମିଳିପାରିନାହିଁ।
ରାହୁଲ ଦ୍ରାବିଡ଼ ଭାରତୀୟ ଦଳର କୋଚ୍ ଥିବା ସମୟରେ, କୋଲକାତା ନାଇଟ୍ ରାଇଡର୍ସ ସହ କାର୍ଯ୍ୟରତ ଥିବା ଜୈନଙ୍କୁ BCCI ନିଯୁକ୍ତ କରିଥିଲା। ଏକ ସୂତ୍ର କହିଛି, “ସେ ସାଢ଼େ ଚାରି ବର୍ଷ ଧରି ଭାରତୀୟ ଦଳ ସହ ରହିଆସିଛନ୍ତି।
କମଲେଶ ଜୈନ ବର୍ତ୍ତମାନ ଦିଲ୍ଲୀରେ ଟିମ୍ ଇଣ୍ଡିଆ ସହ ଅଛନ୍ତି । ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆସନ୍ତା ସେପ୍ଟେମ୍ବର ୧୩, ୧୫ ଓ ୧୭ ତାରିଖରେ ୩ଟି T20I ମ୍ୟାଚ୍ ଖେଳାଯିବାକୁ ଥିବାବେଳେ, ତିନୋଟି ମ୍ୟାଚ୍ର ସ୍ଥାନ ଦିଲ୍ଲୀ ରହିଛି । କମଲେଶ ଜୈନଙ୍କ ଇସ୍ତଫା ଗତ କିଛି ଦିନ ମଧ୍ୟରେ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ରେ ତୃତୀୟ ବଡ଼ ପରିବର୍ତ୍ତନ ବୋଲି ଦେଖାଯାଉଛି। ତାଙ୍କ ପୂର୍ବରୁ ସହକାରୀ କୋଚ୍ ରାୟନ୍ ଟେନ୍ ଡୋଇଶେ ଏବଂ ଫିଲ୍ଡିଂ କୋଚ୍ ଟି. ଦିଲୀପ ମଧ୍ୟ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ ଛାଡ଼ିଛନ୍ତି । ରାୟନ୍ ଟେନ୍ ଡୋଇଶେ ପରେ କୋଲକାତା ନାଇଟ୍ ରାଇଡର୍ସ ସହ ଯୋଡ଼ି ହୋଇଥିବା ରିପୋର୍ଟ ରହିଛି।
ଟିମ୍ ଇଣ୍ଡିଆ ସହ ପ୍ରାୟ ସାଢ଼େ ୪ ବର୍ଷ କାମ କରିବା ପରେ ଏବେ ସେ ବିଦାୟ ନେବାକୁ ଯାଉଛନ୍ତି। ତାଙ୍କ ନୋଟିସ୍ ପିରିୟଡ୍ ଶେଷ ହେବା ପରେ ହିଁ ଟିମ୍ ଇଣ୍ଡିଆରୁ ତାଙ୍କ ଔପଚାରିକ ବିଦାୟ ହେବ ବୋଲି ଜଣାପଡ଼ିଛି। ଆଫଗାନିସ୍ତାନ ବିପକ୍ଷ ଆଗାମୀ T20 ସିରିଜ୍ ପୂର୍ବରୁ ସପୋର୍ଟ ଷ୍ଟାଫ୍ରେ ଲଗାତାର ଏହି ପରିବର୍ତ୍ତନ ଟିମ୍ ଇଣ୍ଡିଆକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ବଢ଼ାଇଛି।














Leave a Reply