ଆଜିଠୁ ୫ ଦିନ ଯାଏଁ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର, ୧୧/୯: ଆଜିଠୁ ୫  ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ | ଯାହାଫଳରେ ଅସୁବିଧାରେ ପଡିବେ ଗ୍ରାହକ | ସାରା ଦେଶରେ ବ୍ୟାଙ୍କ ସେବା ଠପ୍ ହୋଇଛି । ୪ ଦଫା ଦାବି ନେଇ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ବା UFBU । ବ୍ୟାଙ୍କ କର୍ମଚାରୀଙ୍କ ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା, ପେନସନ ଅପଡେଟ୍, ନୂତନ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଭଳି କେତେକ ଦୀର୍ଘଦିନର ଦାବିକୁ ନେଇ UFBU ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି ।

୫ ଦିନ କାର୍ଯ୍ୟ ସପ୍ତାହ କାର୍ଯ୍ୟାନ୍ୱୟନରେ ବିଳମ୍ବ, ପ୍ରଦର୍ଶନ-ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମକୁ ନେଇ ମତଭେଦ ଏବଂ ପେନସନ୍ ପ୍ରସଙ୍ଗ ସହ ଅନ୍ୟାନ୍ୟ ପିଛିଲା ଦାବିକୁ ନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ୍ସ(ୟୁଏଫ୍ବିୟୁ) ଶୁକ୍ରବାର ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି । ୧୧ ତାରିଖ ଶୁକ୍ରବାର ଧର୍ମଘଟ, ଶନିବାର ଏବଂ ରବିବାର ଛୁଟି ଓ ସୋମବାର ଗଣେଷ ପୂଜା ଏବଂ ମଙ୍ଗଳବାର ନୂଆଖାଇ ଛୁଟି ଥିବାରୁ ରାଜ୍ୟରେ ମୋଟ ୫ ଦିନ ବ୍ୟାଙ୍କିଙ୍ଗ୍ ସେବା ଠପ୍ ରହିବ |

କେନ୍ଦ୍ର ସରକାର ଓ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ (IBA) ସହ ଆଲୋଚନା ବିଫଳ ହେବା ପରେ କର୍ମଚାରୀ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଦାବିଗୁଡ଼ିକ ନେଇ ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଧର୍ମଘଟ ଯୋଗୁଁ ବ୍ୟାଙ୍କର ଶାଖା ଓ କାର୍ଯ୍ୟାଳୟରେ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି । ​​କେନ୍ଦ୍ର ସରକାର ଓ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ ବା IBA ସହ ଆଲୋଚନା ବିଫଳ ହେବା ପରେ କର୍ମଚାରୀ ସଂଘଗୁଡ଼ିକ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଶାଖାରେ ଚେକ୍ କ୍ଲିୟରାନ୍ସ, ଟଙ୍କା ଜମା ଏବଂ ଉଠାଣ ସହ ଅନ୍ୟାନ୍ୟ ସେବା ପ୍ରଭାବିତ ହେବ। ଧର୍ମଘଟରେ ରାଜ୍ୟରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପ୍ରାୟ ୭୦ ହଜାର କର୍ମଚାରୀ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ୟୁଏଫ୍ବିୟୁ ଓଡ଼ିଶା ଶାଖାର ସଭାପତି ବୈଲୋଚନ ସାହୁ ଶାଖା ଏବଂ କାର୍ଯ୍ୟାଳୟରେ ସେବା ବ୍ୟାହତ ହେବ। ଅନ୍ୟପକ୍ଷରେ, ଆଉ ୪ ଦିନ ଛୁଟି ରହିଛି। ଯଦିଓ ଏଟିଏମ୍ ଗୁଡ଼ିକରେ ଆଗୁଆ ଟଙ୍କା ଭରାଯାଇଛି ଏହା ଦିନେ ଦୁଇ ଦିନ ମଧ୍ୟରେ ଶେଷ ହୋଇଯାଇପାରେ। ଗ୍ରାହକ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *