ରିଲ୍ସ କରି ଜେଲ ଗଲେ ୮ ଯୁବକ

ଝାରସୁଗୁଡ଼ା, ୧୧/୯ : ସମସ୍ତଙ୍କୁ ଘାରିଛି ଏବେ ରିଲ୍ସ ନିଶା । ତେବେ ରିଲ୍ସ କରିବା ୮ ଜଣ ଯୁବକଙ୍କୁ ଭାରି ପଡ଼ିଛି । ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୫ ଯୁବକ ଓ ୩ ନାବାଳକକୁ ଗିରଫ କରି ଝାରସୁଗୁଡା ପୋଲିସ କୋର୍ଟ ଚାଲାଣ କରିଛି । ୫ ଯୁବକଙ୍କ ସହ ୩ଜଣ ନାବାଳକ ହାତରେ ଛୁରା ଧରି ଝାରସୁଗୁଡାରେ ଖାଲି ଏମିତି ଚାଲେ କହି ସାଧାରଣ ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏକ ରିଲ କରି ସୋସିଆଲ ମିଡିଆରେ ଛାଡିଥିଲେ।

ବଂଜାରୀ ଅଞ୍ଚଳର ଏହି ଯୁବକଙ୍କ ନାଁରେ ପୂର୍ବରୁ ଅପରାଧିକ ମାମାଲା ରହିଥିବା ପୋଲିସ ଜାଣିବା ପରେ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହିଭଳି ଭିଡ଼ିଓ କରି ଯଦି କେହି ଲୋକଙ୍କୁ ଭୟଭୀତ ବା ଭ୍ରମିତ କରିବାକୁ ଚେଷ୍ଟା କରେ ଝାରସୁଗୁଡା ପୋଲିସ ହାତବାନ୍ଧି ବସିବ ନାହିଁ ବୋଲି କହିଛନ୍ତି ଏସପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ।

Leave a Reply

Your email address will not be published. Required fields are marked *