ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୧୮/୭ : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ଓ ୫ ତାରିଖ ରେ ଗଞ୍ଜାମ ଗସ୍ତରେ ଆସିବା କାର୍ଯକ୍ରମ ରହିଛି । କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ମିଳିନଥିଲେ ମଧ୍ୟ ୪ ତାରିଖ ରେ ଗଞ୍ଜାମର ତପ୍ତପାଣି ଠାରେ ଆଦିବାସୀ ଶବର ସମାଜର ସମ୍ମିଳନୀରେ ରାଷ୍ଟ୍ରପତି ଯୋଗଦେବା ସମ୍ଭାବନା ରହିଛି। ସମ୍ମିଳନୀରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଆଦିବାସୀ ଶବର ସମାଜ କର୍ମକର୍ତ୍ତା ସାମିଲ ହେବେ।

ତପ୍ତପାଣି ଗଞ୍ଜାମ ଓ ଗଜପତି ଜିଲ୍ଲା ର ସୀମା ରେ ରହିଥିବା ରୁ ଏଠାରେ କାର୍ଯକ୍ରମ ଆୟୋଜିତ ହେଉଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *