ଭୁବନେଶ୍ଵର, ୧୦/୭ : ୨୦୨୭ ଏପ୍ରିଲ କିମ୍ଵା ମେ ରେ ହେବ ପଞ୍ଚାୟତ ନିର୍ବାଚନ। ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ। SIR କାର୍ଯ୍ୟ ଚାଲିଥିବାରୁ ଏଥର ପଞ୍ଚାୟତ ନିର୍ବାଚନ ସାମାନ୍ୟ ବିଳମ୍ଵ ହେବ। ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ SIR କାମ ଚାଲିବ। କାମ ନ ସରିବା ଯାଏଁ ନିର୍ବାଚନ କରିବା ଅସମ୍ଭବ।
ନିର୍ବାଚନ ଆୟୋଗଙ୍କ ସଚିବ କହିଛନ୍ତି ଯେ, ପୂର୍ବରୁ ପ୍ରାୟତଃ ଫେବ୍ରୁଆରୀ ମାସରେ ପଞ୍ଚାୟତ ନିର୍ବାଚନ ହୋଇଥାଏ। ହେଲେ ଏଥର ୨୦୨୭ ଏପ୍ରିଲ-ମେ’ରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ । ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରାକ୍-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ରେ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।
ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ପୌର ନିର୍ବାଚନର ନୋଡାଲ ଅଫିସର), ସମସ୍ତ ERO ଓ AERO ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଧାରଣ ବିଭିଧ ସେକ୍ସନର ଡେପୁଟି କଲେକ୍ଟର କିମ୍ବା ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କୁ ନିଜ ନିଜ ଜିଲ୍ଲାର ଓସୱାନ କେନ୍ଦ୍ରରୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।













Leave a Reply