ଶ୍ରୀଭେଙ୍କଟେଶ୍ୱରଙ୍କ ଦରବାରରେ ମନ ମୋହିଲେ ଓଡ଼ିଶୀ ନୃତ୍ୟ ଗୁରୁ ରୁବି ହାତୀ

ଭୁବନେଶ୍ବର, ୧୯/୯ :  ବିଶ୍ୱପ୍ରସିଦ୍ଧ ତିରୁମଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ପକ୍ଷରୁ ଚାଲିଥିବା ପ୍ରସିଦ୍ଧ ବାର୍ଷିକ ‘ସାଲାକାଟଲା ବ୍ରହ୍ମୋତ୍ସବ’ (୧୫-୨୩ ସେପ୍ଟେମ୍ବର ୨୦୨୬)ର ଭବ୍ୟ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିର ଜୟଗାନ ହୋଇଯାଇଛି । ଏହି ପବିତ୍ର ଉତ୍ସବରେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ରୁବି ହାତୀ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରି ପ୍ରଭୁ ଶ୍ରୀଭେଙ୍କଟେଶ୍ୱରଙ୍କ ଚରଣରେ ଆତ୍ମ ନିବେଦନ କରିବା ସହ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ପରମ୍ପରାକୁ ଉଜ୍ଜୀବିତ କରିଛନ୍ତି।

​ସେପ୍ଟେମ୍ବର ୧୫ ରୁ ୨୩ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହାଉତ୍ସବରେ ଦେଶବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ସଂସ୍କୃତିପ୍ରେମୀ ଯୋଗ ଦେଇଛନ୍ତି । ଏହି ପବିତ୍ର ଅବସରରେ ରୁବି ହାତୀଙ୍କ ମଞ୍ଚପ୍ରବେଶ ଏବଂ ସୁଲଳିତ ଭାବମୁଦ୍ରା ଓ ନୃତ୍ୟଶୈଳୀ ସେଠାରେ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା । ନିଜର ଚିତ୍ତାକର୍ଷକ ଶାସ୍ତ୍ରୀୟ ନୃତ୍ୟ ମାଧ୍ୟମରେ ସେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ ଜଗନ୍ନାଥ ସଂସ୍କୃତିର ଅନନ୍ୟ ଆଲେଖ୍ୟକୁ ଆନ୍ଧ୍ରପ୍ରଦେଶର ଏହି ମହାନ୍ ପବିତ୍ର ମଞ୍ଚରେ ତୋଳି ଧରିଥିଲେ।

​ତାଙ୍କର ଏହି ଭାବପୂର୍ଣ୍ଣ ପ୍ରଦର୍ଶନ ପାଇଁ ଟିଟିଡି କର୍ତ୍ତୃପକ୍ଷ, କଳାରସିକ ଏବଂ ସାଧାରଣ ଶ୍ରଦ୍ଧାଳୁମାନଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି। ଆନ୍ଧ୍ରପ୍ରଦେଶର ଏହି ପ୍ରସିଦ୍ଧ ଧାର୍ମିକ ପୀଠରେ ଓଡ଼ିଶାର କଳା ଓ ସଂସ୍କୃତିକୁ ସୁନ୍ଦର ଭାବେ ପ୍ରତିଫଳିତ କରି ରୁବି ହାତୀ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି।

Leave a Reply

Your email address will not be published. Required fields are marked *