ମୁମ୍ବାଇ, ୧୮/୯ : ଜିଓ ବ୍ୟବହାରକାରୀମାନେ ଏବେ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ କାନଭା (Canva) ର ପ୍ରିମିୟମ୍ ଡିଜାଇନ୍ ଟୁଲ୍ ବ୍ୟବହାର କରିପାରିବେ । ଜିଓ ଏବଂ କାନଭା ମଧ୍ୟରେ ହୋଇଥିବା ସହଭାଗିତା ବଳରେ ଯୋଗ୍ୟ ଗ୍ରାହକମାନେ ୧୨ମାସ ପାଇଁ ମାଗଣାରେ କାନଭା ପ୍ରୋ (Canva Pro) କିମ୍ବା କାନଭା ପ୍ରୋ ଲାଇଟ (Canva Pro Lite) ପାଇପାରିବେ। କମ୍ପାନୀ ସୂଚନା ଅନୁଯାୟୀ, ଏହି ଅଫରର ମୂଲ୍ୟ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି, ଯାହା ଜିଓ ଗ୍ରାହକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ ଏବଂ ସେପ୍ଟେମ୍ବର ୧୬ରୁ ମାଇଁ ଜିଓ ଆପ୍ ମାଧ୍ୟମରେ ଏହାକୁ ଆକ୍ଟିଭେଟ୍ କରାଯାଇପାରିବ।
କେଉଁ ଗ୍ରାହକ କେଉଁ ନିର୍ଦ୍ଦିଷ୍ଟ କାନଭା ପ୍ଲାନ ପାଇବେ, ତାହା ସେମାନଙ୍କର ଜିଓ ରିଚାର୍ଜ ପ୍ଲାନ ଉପରେ ନିର୍ଭର କରିବ। ୩୯୯ ଟଙ୍କିଆ ପ୍ଲାନରେ କାନଭା ପ୍ରୋ ଅନ୍ତର୍ଭୁକ୍ତ ଥିବାବେଳେ, ୩୪୯ ଟଙ୍କା ଓ ତଦୁର୍ଦ୍ଧ୍ୱ ମୂଲ୍ୟର ‘ଦୈନିକ ୨ଜିବି ଡାଟା’ ପ୍ରଦାନ କରୁଥିବା ଯୋଗ୍ୟ ପ୍ଲାନ ଗୁଡ଼ିକରେ କାନଭା ପ୍ରୋ ଲାଇଟ(Canva Pro Lite) ମିଳିବ । ଏହି ଅଫର୍ ସହିତ କୌଣସି ଅତିରିକ୍ତ ଶୁଳ୍କ କିମ୍ବା ଲୁକ୍କାୟିତ ଚାର୍ଜ ନାହିଁ । ଏହାର ସିଧାସଳଖ ଲାଭ ଛାତ୍ରଛାତ୍ରୀ, କଣ୍ଟେଣ୍ଟ କ୍ରିଏଟର୍, ପ୍ରଫେସନାଲ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ମିଳିବ । କାନଭା ସାହାଯ୍ୟରେ, ବ୍ୟବହାରକାରୀମାନେ ସିଧାସଳଖ ନିଜ ମୋବାଇଲ୍ ଫୋନରେ ସ୍କୁଲ୍ ପ୍ରୋଜେକ୍ଟ, ସୋସିଆଲ୍ ମିଡିଆ ପୋଷ୍ଟ, ପ୍ରେଜେଣ୍ଟେସନ୍, ମାର୍କେଟିଂ ସାମଗ୍ରୀ ଏବଂ ପର୍ବପର୍ବାଣୀର ଶୁଭେଚ୍ଛା ବାର୍ତ୍ତା ଇତ୍ୟାଦି ବିଭିନ୍ନ ଡିଜାଇନ୍ ପ୍ରସ୍ତୁତ କରିପାରିବେ । ହିନ୍ଦୀ ସମେତ ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ କଣ୍ଟେଣ୍ଟ ପ୍ରସ୍ତୁତ କରାଯାଇପାରିବ ।

କାନଭା ପ୍ରୋ ଲାଇଟରେ ଲକ୍ଷ ଲକ୍ଷ ପ୍ରିମିୟମ ଡିଜାଇନ, ଫୋଟୋ, ଭିଡ଼ିଓ ଓ ଫଣ୍ଟ ସହ ବ୍ୟାକଗ୍ରାଉଣ୍ଡ ରିମୁଭର୍, ମ୍ୟାଜିକ୍ ରିସାଇଜ୍ ଏବଂ ୫୦ଜିବି କ୍ଲାଉଡ୍ ଷ୍ଟୋରେଜ ଭଳି ଅନନ୍ୟ ଫିଚର ମିଳିବ । ସେହିଭଳି ‘କାନଭା ପ୍ରୋ’ରେ ଏ ସବୁ ଫିଚର ସହ କାନଭା ଏଆଇ, କଣ୍ଟେଣ୍ଟ ପ୍ଳାନର, ଲିମିଟ ଏବଂ ୧୦୦ଜିବି କ୍ଲାଉଡ଼ ଷ୍ଟୋରେଜ ଭଳି ଅତିରିକ୍ତ ଫିଚର ଉପଲବ୍ଧ ହେବ । ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସଭାପତି କିରଣ ଥମାସ କହିଛନ୍ତି ଯେ, “ଏହି ସହଭାଗିତା ଜରିଆରେ ଜିଓ ଲକ୍ଷଲକ୍ଷ ଭାରତୀୟଙ୍କ ପାଖରେ ଏଆଇ ଆଧାରିତ ଡିଜାଇନ ଟୁଲସ ବା ଉପକରଣ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛି, ଯାହାଦ୍ୱାରା ଛାତ୍ରଛାତ୍ରୀ, କ୍ରିଏଟର୍ସ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ନିଜ ପସନ୍ଦର ଭାଷାରେ ଶିକ୍ଷା ଗ୍ରହଣ କରିପାରିବେ ଏବଂ କାମ କରିପାରିବେ।
ଅଫରର ଲାଭ ନେବା ପାଇଁ ଯୋଗ୍ୟ ଜିଓ ବ୍ୟବହାରକାରୀ ମାଇଁ ଜିଓ ଆପ୍ପରେ କାନଭା ଅଫର ଟ୍ୟାପ କରିବା ପରେ ଡିଜାଇନ ପ୍ରସ୍ତୁତ କରିବା ଆରମ୍ଭ କରିପାରିବେ।













Leave a Reply