ଭୁବନେଶ୍ବର,୨୫/୧୦ : ପବିତ୍ର କୁମାର ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଡାକ୍ତର ସଶ୍ମିରାଣୀ ଡଗରା । ସେ କହିଛନ୍ତି, ଏହି ପବିତ୍ର ଅବସରରେ ଓଡ଼ିଶାର ସମସ୍ତ ଭାଇ, ଭଉଣୀ ତଥା ରାଜ୍ୟବାସୀଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସୌଭାଗ୍ୟରେ ଭରିଯାଉ । ମା’ ଗଜଲକ୍ଷ୍ମୀଙ୍କ ଅପାର କୃପାରୁ ପ୍ରତ୍ୟେକ ପରିବାରରେ ହସଖୁସି, ଆନନ୍ଦ ଓ ମଙ୍ଗଳମୟ ପରିବେଶ ରହୁ । କୁମାର ପୂର୍ଣ୍ଣିମାର ଏହି ଶୁଭ ଦିନ ସମସ୍ତଙ୍କ ଜୀବନରେ ନୂତନ ଆଶା, ନୂତନ ସମ୍ଭାବନା ଓ ସଫଳତାର ନୂଆ ଅଧ୍ୟାୟ ଆଣିଦେଉ ।
ଆମ ଓଡ଼ିଶାର ଗୌରବମୟ ପରମ୍ପରା, ସଂସ୍କୃତି ଓ ଭାଇଚାରାର ବନ୍ଧନ ଆହୁରି ମଜବୁତ ହେଉ । ଆସନ୍ତୁ ଏହି ପବିତ୍ର ପର୍ବକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରିବା ଏବଂ ଏକ ସୁନ୍ଦର, ସମୃଦ୍ଧ ଓ ସୁଖୀ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବା । ପୁଣି ଥରେ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ପବିତ୍ର କୁମାର ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଏହାସହ ତୁଳସୀ ହସ୍ପିଟାଲ ଏବଂ ସାଇ ଡେଣ୍ଟାଲ୍ ଆଣ୍ଡ୍ ଇମ୍ପଲାଣ୍ଟ କ୍ଲିନିକ ପକ୍ଷରୁ ମଧ୍ୟ ପୂଜାର ହାର୍ଦ୍ଦିକ ଅଭିନନ୍ଦନ ଜଣାଯାଇଛି ।












Leave a Reply