ଭୁବନେଶ୍ବର,୧୯/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ନେତ୍ରୀ ତଥା ମହିଳା ଉଦ୍ୟୋଗୀ ଆଂଶୁ ତ୍ରିପାଠୀ। ସେ କହିଛନ୍ତି, ଶକ୍ତି, ଭକ୍ତି ଓ ଆସ୍ଥାର ମହାପର୍ବ ଶାରଦୀୟ ଦୁର୍ଗାପୂଜା ଅବସରରେ ସମଗ୍ର ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା।
ମା’ ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ। ପ୍ରତ୍ୟେକ ଘରେ ଖୁସିର ଲହରୀ ଖେଳିଯାଉ ଏବଂ ପ୍ରତ୍ୟେକ ହୃଦୟରେ ନୂତନ ଆଶା ସଞ୍ଚାର ହେଉ। ଏହି ପର୍ବ ଆମ ସମସ୍ତଙ୍କ ମଧ୍ୟରେ ପ୍ରେମ, ଏକତା ଓ ଭାଇଚାରାର ସେତୁ ହେଉ। ଜୟ ମା’ ଦୁର୍ଗା । ଶୁଭ ଶାରଦୀୟ।













Leave a Reply