ମା’ ଦୁର୍ଗାଙ୍କ ଆଗମନରେ ସମଗ୍ର ଓଡ଼ିଶା ଆନନ୍ଦ ଓ ଉତ୍ସବମୁଖର ହୋଇଉଠୁ : ସୁମିତ୍ରା ପଣ୍ଡା

ଭୁବନେଶ୍ବର,୧୯/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମାଜସେବୀ ସୁମିତ୍ରା ପଣ୍ଡା । ସେ କହିଛନ୍ତି, ମା’ ଦୁର୍ଗାଙ୍କ ଆଗମନରେ ସମଗ୍ର ଓଡ଼ିଶା ଆନନ୍ଦ ଓ ଉତ୍ସବମୁଖର ହୋଇଉଠୁ। ଏହି ପବିତ୍ର ଶାରଦୀୟ ଅବସରରେ ରାଜ୍ୟର ସମସ୍ତ ଜନସାଧାରଣଙ୍କ ସୁଖ, ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରୁଛି।

ମା’ଙ୍କ ଆଶୀର୍ବାଦରେ ପ୍ରତ୍ୟେକ ଘରେ ହସ ଫୁଟୁ ଏବଂ ପ୍ରତ୍ୟେକଙ୍କ ମନରେ ନୂତନ ଆଶାର ସଞ୍ଚାର ହେଉ। ଆମ ରାଜ୍ୟ ଶାନ୍ତି, ସମୃଦ୍ଧି ଓ ପ୍ରଗତିର ପଥରେ ନିରନ୍ତର ଆଗେଇ ଚାଲୁ। ସମସ୍ତଙ୍କୁ ଶୁଭ ଶାରଦୀୟ ଦୁର୍ଗାପୂଜା।

Leave a Reply

Your email address will not be published. Required fields are marked *