‘ଡେଞ୍ଜର ଦେବଦାସ’ର ଅଫିସିଆଲ ଗ୍ଲିମ୍ପେସ ଆଉଟ୍ : କିଲର ଲୁକରେ ନଜର ଆସିଲେ ଅମ୍ଳାନ

ଭୁବନେଶ୍ବର,୨୪/୮ :  ଓଲିଉଡ଼ ହିରୋ ଅମ୍ଳାନ ଦାସଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । କିଲର ଲୁକରେ ନଜର ଆସିଲେ ଅମ୍ଳାନ ।‘ଡେଞ୍ଜର ଦେବଦାସ’ର ଅଫିସିଆଲ ଗ୍ଲିମ୍ପେସ ଆଉଟ୍ ପରେ ଅମ୍ଳାନଙ୍କ ଫ୍ୟାନ୍ସଙ୍କ ନାହିଁ ନ ଥିବା ଖୁସି । ଜବରଦସ୍ତ ଲୁକରେ ନଜର ଆସିଛନ୍ତି ଅମ୍ଳାନ । ଗ୍ଲିମ୍ପେସରେ ସେ ପୂରା ଖତରନାକ୍ ଲୁକରେ ନଜର ଆସିଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କ ଖୁସିକୁ ଦୁଇଗୁଣିତ କରିଦେଇଛି ।

ସୂଚନା ଅନୁସାରେ, ଓଡ଼ିଆ ସିନେମା ‘ଡେଞ୍ଜର ଦେବଦାସ’ର ଅଫିସିଆଲ ଗ୍ଲିମ୍ପେସ ଆଉଟ୍ ହୋଇଛି । ଏହି ସିନେମା ଆଗାମୀ ଦୁର୍ଗାପୂଜା ଅବସରରେ ରିଲିଜ ହେବ ବୋଲି ଜଣାପଡ଼ିଛି । ଏହାର ପ୍ରଯୋଜନା ଭାର ଶୁଭ୍ର ପଟ୍ଟନାୟକ ନିଭାଇଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ବିନୀ ତ୍ରିପାଠୀ । କାହାଣୀ ଦ୍ୱୈପାୟନ ପଟ୍ଟନାୟକ ଲେଖିଥିବାବେଳେ ସ୍କ୍ରିନ ପ୍ଲେ ଏବଂ ଡାଇଲଗରେ ଅଛନ୍ତି ଶିବା ଏବଂ ପ୍ରଣବ ।

ଅଭିନୟରେ ଅମ୍ଳାନ ଦାସ, ଏଲିନା ସାମନ୍ତରାୟ, ଜ୍ୟୋତି ରଞ୍ଜନ ନାୟକ, ପପୁ ପମ୍ ପମ୍, ଅନିଶା ଶର୍ମା, ଭୁପିନ୍ଦର, ବବି ମିଶ୍ର, ସୁଶାନ୍ତ ଦାସ ମହାପାତ୍ର, ସୁକୁମାର ଟୁଡୁ, ଅଙ୍କିତ କୁମାର, ତାପସ ସରଘରିଆ, ତୁସାର ଆଚାର୍ଯ୍ୟ, କୁନା ତ୍ରିପାଠୀ, ଭବାନୀ, ସସ୍ମିତା ପିୟାଲି ସାହୁ, ଜୟଶ୍ରୀ ଷଡ଼ଙ୍ଗୀ, ଗୌରବ ମହାନ୍ତି, ଶଙ୍କର ପ୍ରଧାନ, ତିରଙ୍ଗା, ପ୍ରିତି ରଞ୍ଜନ ପ୍ରଧାନ, ପଙ୍କଜ ମହାନ୍ତି, ଆନ୍ନା ମଧୁସୁଦନ ମିଶ୍ର, ଆଶୁତୋଷ, ବିଶାଲ, ଅମର ମହାପାତ୍ର ପ୍ରମୁଖ ଅଛନ୍ତି ।

ଆସନ୍ତା ଦୁର୍ଗାପୂଜା ଅବସରରେ ଏହା ହଲକୁ ଆସିବ ବୋଲି ସୂଚନା ମିଳିଛି । ଓଡ଼ିଆ ସିନେ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

 

Leave a Reply

Your email address will not be published. Required fields are marked *