ଭୁବନେଶ୍ବର,୧/୭ : ଭୁବନେଶ୍ବର ପାଣ୍ଡରାରେ ଥିବା ହାଇଟେକ୍ ମେଡ଼ିକାଲ୍ କଲେଜ୍ ଓ ହସ୍ପିଟାଲର ସମ୍ମୁଖରେ ବିଏମ୍ସିର ଡମ୍ପିଂୟାର୍ଡ। ଶହଶହ ଟ୍ରକ୍ ଆବର୍ଜନା ମେଡିକାଲ୍ ସମ୍ମୁଖରେ ପ୍ରତିଦିନ ଗଦା କରୁଛି ବିଏମ୍ସି, ଫଳରେ ପାଣ୍ଡରା ଗାଁ ସମେତ ସ୍ଥାନୀୟ ଆପାର୍ଟମେଣ୍ଟରେ ରହୁଥିବା ଲୋକମାନଙ୍କ ଅବସ୍ଥା ଖରାପ ହୋଇପଡିଛି । ପାଣ୍ଡରା ସମେତ ମେଡିକାଲ୍ର ୱାର୍ଡ, ଅଫିସ ଓ ସ୍ଥାନୀୟ ଅଞ୍ଚଳ ପୁତିମୟ ଗନ୍ଧରେ ଫାଟି ପଡୁଛି । ରାସ୍ତାକଡରେ ଗଦା ହୋଇଥିବା ଆବର୍ଜନା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଛି ।

ଆଳୁ ଖୋଳୁଖୋଳୁ ମହାଦେବ ଭଳି, ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ସ୍ଥାନୀୟ କର୍ପୋରେଟର ପ୍ରାୟ ୪୦ରୁ ଅଧିକ ଯୁବକଙ୍କଠାରୁ ୨କୋଟିରୁ ଅଧିକ ଟଙ୍କା ଅର୍ଥ ନେଇ ଭେଣ୍ଟିଂ ଜୋନ୍ ରେ ଦୋକାନ କରାଇଦେବାକୁ ପ୍ରତିଶୃତି ଦେଇଛନ୍ତି। ହେଲେ ଦୀର୍ଘ ଦିନ ଧରି ଭେଣ୍ଡିଂଜୋନ୍ ନାଁରେ ଲୋକଙ୍କୁ ଠକି ଆସୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l

ଏ ସଂପର୍କରେ ପ୍ରତାରିତ ଯୁବକମାନେ ବିଏମ୍ସି କମିଶନର, ମେୟରଙ୍କୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ମେଡିକାଲ୍ ସମ୍ମୁଖରେ ତରବରିଆ ଭାବରେ ଆବର୍ଜନା କୁଢ କରି,ଭେଣ୍ଡିଂ ଜୋନ୍ ଏରିଆର ଭ୍ରମ ସୃଷ୍ଟି କରୁଛନ୍ତି ସ୍ଥାନୀୟ କର୍ପୋରେଟର। ତୁରନ୍ତ ଟଙ୍କା ଫେରସ୍ତ ନକଲେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ସେପଟେ ଆବର୍ଜନାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା ଓ କର୍ମଚାରୀ ।













Leave a Reply