ଭୁବନେଶ୍ୱର/ନୂଆଦିଲ୍ଲୀ, ୩/୧୦: ଥରିଲା ତିବ୍ଦତ | ସକାଳେ ୩.୬ ତୀବ୍ରତାର ଭୂକମ୍ପ ଝଟକା ଅନୂଭତ ହୋଇଛି | ୧୫ କିଲୋମିଟର ଗଭୀରତାରେ ଥିଲା କେନ୍ଦ୍ରସ୍ଥଳ । ଆଜି ସକାଳେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଭାରତର ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ସମୟ ସକାଳ ୬ଟାରେ ଏହି ଭୂକମ୍ପ ହୋଇଥିଲା ।
ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୫ କିଲୋମିଟର ଗଭୀରତାରେ ଥିଲା। ଏହାର ଭୌଗୋଳିକ ଅବସ୍ଥିତି ୨୯.୬୨୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୯୨.୫୦୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଚିହ୍ନଟ କରାଯାଇଛି ।
ତୀବ୍ରତା କମ୍ ଥିବାରୁ ଏହି ଭୂକମ୍ପ ଯୋଗୁଁ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଧନଜୀବନ ହାନି ଘଟିଥିବା ନେଇ ଖବର ମିଳିନାହିଁ । ତେବେ କେନ୍ଦ୍ରସ୍ଥଳ ନିକଟବର୍ତ୍ତୀ ଅଂଚଳର କିଛି ସ୍ଥାନରେ ସାମାନ୍ୟ କମ୍ପନ ଅନୁଭବ କରିଥିଲେ ।













Leave a Reply