ଭୁବନେଶ୍ୱର/ନୂଆଦିଲ୍ଲୀ, ୩/୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଆନ୍ଦୋଳନ ଚାଲିଥିବା ବେଳେ, ଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି | ଶୁକ୍ରବାର ଦିଲ୍ଲୀରୁ ଫେରିବା ପରେ କୋଲକାତା ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ମମତା ବାନାର୍ଜୀ CJP ତଥା ଯୁବକ ଓ ଛାତ୍ରୀଛାତ୍ରଙ୍କ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ।
ଦିଲ୍ଲୀ ଏବଂ ମୁମ୍ବାଇରେ CJP ଦ୍ୱାରା ଆୟୋଜିତ ବିକ୍ଷୋଭ ସମ୍ପର୍କରେ ମମତା ବାନାର୍ଜୀଙ୍କୁ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଉଛି। ସେ INDIA ମେଣ୍ଟ ବୈଠକ ସାରି ଦିଲ୍ଲୀରୁ ଫେରିବା ପରେ ଏହା କହିଛନ୍ତି। ସେ ପୂର୍ବରୁ ବି ଅଗଷ୍ଟରେ NEET ଆନ୍ଦୋଳନ ବେଳେ ଏବଂ ଜୁଲାଇ ୨୧ ଶହୀଦ ଦିବସ ମଞ୍ଚରୁ ମଧ୍ୟ CJPକୁ ସମର୍ଥନ କରିଥିଲେ। ଉଲ୍ଲେଖନୀୟ ଯେ, ମମତାଙ୍କ ସହିତ ଶିବସେନା ଏବଂ ଆମ ଆଦମୀ ପାର୍ଟି ମଧ୍ୟ CJPକୁ ସମର୍ଥନ ଜଣାଇଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଦୀପକେ କହିଛନ୍ତି ଯେ ଯଦି ଜ୍ଞାନେଶ କୁମାର ଇସ୍ତଫା ନ ଦିଅନ୍ତି, ତେବେ ଦେଶର ବିଭିନ୍ନ ସ୍ଥାନରୁ CJP ସମର୍ଥକମାନେ ଦିଲ୍ଲୀ ଆସିବେ ଏବଂ ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ।













Leave a Reply