ଅକ୍ଟୋବର ୧୦ରୁ ସିଜେପିର ଦିଲ୍ଲୀ ଚଲୋ ଅଭିଯାନ

ଭୁବନେଶ୍ୱର/ନୂଆଦିଲ୍ଲୀ, ୩/୧୦: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା, SIR ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗରେ ଅକ୍ଟୋବର ୧୦ରେ ଜନ୍ତର-ମନ୍ତରରେ ବିଶାଳ ପ୍ରଦର୍ଶନ ପାଇଁ ସଂସ୍ଥାପକ ଅଭିଜିତ ଦୀପକେ ଆହ୍ୱାନ ଦେଇଛନ୍ତି। ଯେଉଁଠି ପୋଲିସ ଅଟକାଇବ ସେହି ସ୍ଥାନ ପାଲଟିବ ଜନ୍ତରମନ୍ତର । ଗାନ୍ଧିବାଦୀ ମାର୍ଗରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଅଭିଜିତ୍ ଦୀପକେ ।

ଯଦି ସେ ନିଜ ପଦରୁ ତୁରନ୍ତ ଇସ୍ତଫା ନଦିଅନ୍ତି, ତେବେ ଆଗାମୀ ଅକ୍ଟୋବର ୧୦ ତାରିଖରେ ସାରା ଦେଶରୁ ଯୁବ କର୍ମୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ଜନ୍ତରମନ୍ତରରେ ବିରାଟ ପ୍ରତିବାଦ ପ୍ରଦର୍ଶନ କରିବେ ବୋଲି ‘କକ୍ରୋଚ୍ ଜନତା ପାର୍ଟି’ ପକ୍ଷରୁ ଚେତାବନୀ ଦିଆଯାଇଛି ।

​ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, “ଯଦି ଜ୍ଞାନେଶ କୁମାର ଇସ୍ତଫା ନ ଦିଅନ୍ତି, ତେବେ ସମଗ୍ର ଦେଶର ‘ଜେନ୍-ଜେଡ୍’ (Gen Z) ଦିଲ୍ଲୀ ଯିବେ। ସେଠାରେ ‘ଜନ୍ତର ମନ୍ତର ୨.୦’ ହେବ |”ଯଦି ଜ୍ଞାନେଶ କୁମାର ଇସ୍ତଫା ନଦିଅନ୍ତି, ତେବେ ଭାରତର କୋଣଅନୁକୋଣରୁ ‘କକ୍ରୋଚ୍’ମାନେ ଦିଲ୍ଲୀ ମୁହାଁ ହେବେ ଏବଂ ଅକ୍ଟୋବର ୧୦ରେ ଜନ୍ତରମନ୍ତରଠାରେ ବିକ୍ଷୋଭ କରିବେ । ଯଦି ଦିଲ୍ଲୀ ପୁଲିସ ଆମକୁ ଅଟକାଇବାକୁ ଚେଷ୍ଟା କରେ, ତେବେ ଯେଉଁ ସ୍ଥାନରେ ଆମକୁ ଅଟକାଯିବ, ସେହି ସ୍ଥାନ ହିଁ ଆମର ଜନ୍ତରମନ୍ତର ପାଲଟିବ । ମୁମ୍ବାଇର ଶିବାଜୀ ପାର୍କରେ ହଜାର ହଜାର ଲୋକଙ୍କୁ ନେଇ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବା ପରେ, ‘କକରୋଚ୍ ଜନତା ପାର୍ଟି’ର ନେତା ଅଭିଜିତ୍ ଦିପକେ ଶୁକ୍ରବାର ରାତିରେ ଘୋଷଣା କରିଛନ୍ତି ଯେ ଯଦି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଇସ୍ତଫା ନ ଦିଅନ୍ତି, ତେବେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ନୂତନ ବିକ୍ଷୋଭ କରାଯିବ।

‘ଏକ୍ସ’ (X) ରେ ଏକ ପୋଷ୍ଟ କରି ସେ କହିଛନ୍ତି, “ଯଦି ଜ୍ଞାନେଶ କୁମାର ଇସ୍ତଫା ନ ଦିଅନ୍ତି, ତେବେ ସାରା ଭାରତରୁ ‘କକରୋଚ୍’ (ପୋକ) ମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଏବଂ ଅକ୍ଟୋବର ୧୦ ତାରିଖରେ ଜନ୍ତର ମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହେବ ଏବଂ ମୁକ୍ତ ତଥା ନିରପେକ୍ଷ ନିର୍ବାଚନ ଚାହୁଁଥିବା ପ୍ରତ୍ୟେକ ନାଗରିକ ଏଥିରେ ଯୋଗ ଦେବା ଉଚିତ୍।

ପୋଲିସ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇନଥିବା ସତ୍ତ୍ୱେ, ମଧ୍ୟାହ୍ନର ପ୍ରଖର ଖରା ଓ ସୁରକ୍ଷା ବ୍ୟାରିକେଡ୍‌କୁ ଖାତିର ନକରି ବହୁ ସଂଖ୍ୟାରେ ଯୁବକ-ଯୁବତୀ ମଧ୍ୟ ମୁମ୍ବାଇରେ ଆୟୋଜିତ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *