ଦୀପାବଳିର ପବିତ୍ର ଆଲୋକ ସମସ୍ତଙ୍କ ଜୀବନରୁ ଦୁଃଖ, ଦୁର୍ଦ୍ଦଶା ଓ ନିରାଶାର ଅନ୍ଧକାର ଦୂର କରୁ : ଆଂଶୁ ତ୍ରିପାଠୀ

ଭୁବନେଶ୍ବର,୮/୧୧ : ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ନେତ୍ରୀ ତଥା ମହିଳା ଉଦ୍ୟୋଗୀ ଆଂଶୁ ତ୍ରିପାଠୀ। ସେ କହିଛନ୍ତି, ଦୀପାବଳିର ପବିତ୍ର ଆଲୋକ ସମସ୍ତଙ୍କ ଜୀବନରୁ ଦୁଃଖ, ଦୁର୍ଦ୍ଦଶା ଓ ନିରାଶାର ଅନ୍ଧକାର ଦୂର କରୁ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ମଙ୍ଗଳମୟ କରୁ। ପ୍ରତ୍ୟେକ ପରିବାରରେ ହସ, ଖୁସି, ଶାନ୍ତି ଓ ସମୃଦ୍ଧିର ପରିବେଶ ସୃଷ୍ଟି ହେଉ। ମାନବିକତା, ପ୍ରେମ ଓ ଭାଇଚାରାର ଆଲୋକରେ ଆମ ସମାଜ ଆହୁରି ଉଜ୍ଜ୍ୱଳ ହେଉ। ସମସ୍ତଙ୍କୁ ପବିତ୍ର ଦୀପାବଳିର ଶୁଭେଚ୍ଛା।

Leave a Reply

Your email address will not be published. Required fields are marked *