ଆସନ୍ତା ୧୬ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପ ରାଷ୍ଟ୍ରପତି

ଭୁବନେଶ୍ବର,୧୦/୧୧ : ଉପ-ରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ ଆସନ୍ତା ୧୬ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ସେ ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଇଁ ଏକ-ଦିବସୀୟ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେବେ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିନୋଟି ଅଧିବେଶନ ରହିବ।

ଉଦଘାଟନୀ ଅଧିବେଶନରେ ରାଜ୍ୟପାଳ ବ୍ରଜମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏ ସମ୍ପର୍କରେ ଆଜି ବିଧାନସଭା ସମ୍ମିଳନୀ କକ୍ଷରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଓଡ଼ିଶା ବିଧାନସଭାରେ ମୋଟ ୩୫ଟି ସଂସଦୀୟ କମିଟି ରହିଛି । ସଂସଦୀୟ କମିଟି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କେରଳ ଓ ଓଡ଼ିଶା ଉଲ୍ଲେଖନୀୟ ଭାବେ କାର୍ଯ୍ୟ କରୁଛନ୍ତି । ଏହି ବ୍ୟବସ୍ଥାକୁ ଆହୁରି ସକ୍ରିୟ ଓ ଫଳପ୍ରଦ କରିବା ସହ ବିଧାୟକମାନଙ୍କ ଦକ୍ଷତା ବିକାଶ କରିବା ଏହି ଦିଗଦର୍ଶନ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ବିଭିନ୍ନ ବିଭାଗର କାର୍ଯ୍ୟକାରିତା, ସରକାରୀ ଯୋଜନା ଓ ନିଷ୍ପତ୍ତିର ରୂପାୟନ ଏବଂ କାର୍ଯ୍ୟନିର୍ବାହୀ ବିଭାଗଗୁଡ଼ିକର କାର୍ଯ୍ୟଧାରା ଉପରେ ବିଧାୟକମାନେ କିପରି ପ୍ରଭାବଶାଳୀ ଭାବେ ନଜର ରଖିପାରିବେ, ସେ ସମ୍ପର୍କରେ ଆବଶ୍ୟକ ତାଲିମ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *