ଦୀପାବଳି କେବଳ ଆଲୋକର ପର୍ବ ନୁହେଁ, ଏହା ଆଶା, ବିଶ୍ୱାସ ଓ ନୂତନ ସମ୍ଭାବନାର ପର୍ବ : ଡ. ବିକାଶ କୁମାର ମିଶ୍ର

ଭୁବନେଶ୍ବର,୮/୧୧ : ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡ. ବିକାଶ କୁମାର ମିଶ୍ର। ସେ କହିଛନ୍ତି, ଦୀପାବଳି କେବଳ ଆଲୋକର ପର୍ବ ନୁହେଁ, ଏହା ଆଶା, ବିଶ୍ୱାସ ଓ ନୂତନ ସମ୍ଭାବନାର ପର୍ବ। ଏହି ପବିତ୍ର ଅବସରରେ ରାଜ୍ୟର ପ୍ରତ୍ୟେକ ପରିବାରରେ ହସ, ଖୁସି ଓ ଆନନ୍ଦର ଦୀପ ଜଳିଉଠୁ ।

ସମସ୍ତଙ୍କ ଜୀବନରେ ସୁଖ, ସ୍ୱାସ୍ଥ୍ୟ, ଶାନ୍ତି ଓ ସମୃଦ୍ଧି ଭରିଯାଉ। ଆସନ୍ତୁ, ଆଲୋକର ଏହି ପର୍ବରେ ଅନ୍ଧକାରକୁ ଦୂର କରି ଏକ ସୁନ୍ଦର ଓ ସମୃଦ୍ଧ ଓଡ଼ିଶା ଗଢ଼ିବାର ସଂକଳ୍ପ ନେବା। ପୁଣି ଥରେ ସମସ୍ତ ରାଜ୍ୟବାସୀଙ୍କୁ ଶୁଭ ଦୀପାବଳି।

Leave a Reply

Your email address will not be published. Required fields are marked *